ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । କରୋନା ସଂକ୍ରମଣ ପାଇଁ ହୋଲିକୁ ନେଇ ଲାଗିଛି କଟକଣା । ସର୍ବସାଧାରଣ ସ୍ଥାନ ପରିବର୍ତ୍ତେ କେବଳ ଘରେ ରହି ହୋଲି ଖେଳିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତଥାପି ଲୋକମାନଙ୍କ ମଧ୍ୟରେ ଉତ୍ସାହରେ କୌଣସି ଫିକା ପଡ଼ିନାହିଁ । ଘରେ ଘରେ ଜମିଛି ରଙ୍ଗର ପର୍ବ ହୋଲିର ଆସର । ତା’ସହ ହୋଇଛି ପଣା ।
ଟ୍ୱିନସିଟି କମିଶନରେଟ୍ ପୋଲିସ ମଧ୍ୟ ଘରେ ରହି ହୋଲି ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛି । କଟକଣା ଭିତରେ ରାଜଧାନୀ ଭୁବନେଶ୍ୱରରେ ହୋଲି ପାଳନ ନେଇ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ବିଭିନ୍ନ ଛକ ଓ ଭିଡ଼ ସ୍ଥାନମାନଙ୍କରେ ପୋଲିସ ଚେକିଂ କରୁଛି । ପାଟ୍ରୋଲିଂରେ ୨୦ଟି ପିସିଆର୍ ସହ ଷ୍ଟ୍ରାଇକିଂ ଫୋର୍ସ ଅଛନ୍ତି । ଗାଇଡଲାଇନ୍ ମାନ ହୋଲି ଖେଳିବାକୁ ଅପିଲ୍ କରିଛନ୍ତି ଡିସିପି ।
ରଙ୍ଗର ପର୍ବ ହୋଲି ଉପଲକ୍ଷେ ଓଡ଼ିଶା ପୋଲିସ ତରଫରୁ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ଶୁଭ ଦିନଟି ଆପଣମାନଙ୍କ ପାଇଁ ସୁଖ, ଶାନ୍ତି ଓ ଆନନ୍ଦମୟ ହେଉ । #Holi2021 pic.twitter.com/gqV3Z22p6b
— DGP, Odisha (@DGPOdisha) March 29, 2021
ରାଜ୍ୟବାସୀଙ୍କୁ ଓଡ଼ିଶା ପୋଲିସ ତରଫରୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଡିଜିପି ଅଭୟ । ହୋଲି ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ଆନନ୍ଦମୟ ହେଉ ବୋଲି ଡିଜିପି କାମନା କରିଛନ୍ତି ।
Comments are closed.