Latest Odisha News

ଘରେ ଖେଳନ୍ତୁ ହୋଲି, ରାସ୍ତାରେ ଖେଳିବା ମନା

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି । କରୋନା ସଂକ୍ରମଣ ପାଇଁ ହୋଲିକୁ ନେଇ ଲାଗିଛି କଟକଣା । ସର୍ବସାଧାରଣ ସ୍ଥାନ ପରିବର୍ତ୍ତେ କେବଳ ଘରେ ରହି ହୋଲି ଖେଳିବାକୁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ତଥାପି ଲୋକମାନଙ୍କ ମଧ୍ୟରେ ଉତ୍ସାହରେ କୌଣସି ଫିକା ପଡ଼ିନାହିଁ । ଘରେ ଘରେ ଜମିଛି ରଙ୍ଗର ପର୍ବ ହୋଲିର ଆସର । ତା’ସହ ହୋଇଛି ପଣା ।

ଟ୍ୱିନସିଟି କମିଶନରେଟ୍ ପୋଲିସ ମଧ୍ୟ ଘରେ ରହି ହୋଲି ପାଳନ କରିବାକୁ ଲୋକଙ୍କୁ ନିବେଦନ କରିଛି । କଟକଣା ଭିତରେ ରାଜଧାନୀ ଭୁବନେଶ୍ୱରରେ ହୋଲି ପାଳନ ନେଇ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ବିଭିନ୍ନ ଛକ ଓ ଭିଡ଼ ସ୍ଥାନମାନଙ୍କରେ ପୋଲିସ ଚେକିଂ କରୁଛି । ପାଟ୍ରୋଲିଂରେ ୨୦ଟି ପିସିଆର୍ ସହ ଷ୍ଟ୍ରାଇକିଂ ଫୋର୍ସ ଅଛନ୍ତି । ଗାଇଡଲାଇନ୍ ମାନ ହୋଲି ଖେଳିବାକୁ ଅପିଲ୍ କରିଛନ୍ତି ଡିସିପି ।

ରାଜ୍ୟବାସୀଙ୍କୁ ଓଡ଼ିଶା ପୋଲିସ ତରଫରୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଡିଜିପି ଅଭୟ । ହୋଲି ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ଆନନ୍ଦମୟ ହେଉ ବୋଲି ଡିଜିପି କାମନା କରିଛନ୍ତି ।

Leave A Reply

Your email address will not be published.