Latest Odisha News

ଆଜି ପ୍ରଥମାଷ୍ଟମୀ

ଭୁବନେଶ୍ୱର: ମାର୍ଗଶୀର ମାସ ଶୁକ୍ଲପକ୍ଷ ଅଷ୍ଟମୀ ତିଥିରେ ସାରା ରାଜ୍ୟରେ ପାଳନ କରାଯାଉଛି ‘ପ୍ରଥମାଷ୍ଟମୀ’ । ଏହି ଅବସରରେ ଘରର ବଡମାନେ ପୋଢୁଆଁ ହେବା ସହ ଗୁରୁଜନମାନଙ୍କ ଆର୍ଶିବାଦ ନେଇଥାନ୍ତି ।

ମାମୁଁଘରୁ ଆସିଥିବା ନୂଆବସ୍ତ୍ରକୁ ଘରର ବୟୋଜେଷ୍ଠ ସନ୍ତାନମାନଙ୍କୁ ପିନ୍ଧାଯାଇଥାଏ, ପରେ ବନ୍ଦାପନା କରାଯାଇଥାଏ । ଏହାବ୍ୟତିତ ଜ୍ୟେଷ୍ଠ ସନ୍ତାନର ମଙ୍ଗଳ କାମନା କରି ଷଠୀ ଦେବୀ, ଶ୍ରୀଗଣେଷ ତଥା ଘରର କୁଳଦେବୀଙ୍କୁ ମଧ୍ୟ ପୂଜାର୍ଚ୍ଚନା କରାଯାଇଥାଏ ।

ସବୁ ଘରେଘରେ ବେଶ୍ ଜମିଥାଏ ପିଠାପଣାର ଆସର । ଏହିଦିନରେ ହଳଦି ପତ୍ରରେ ପ୍ରସ୍ତୁତ ‘ଏଣ୍ଡୁରୀ’ ପିଠାର ଖାସ୍ ବିଶେଷତ୍ୱ ରହିଛି । ଏପରିକି ଗାଁ ଠାରୁ ସହର ଯାଏଁ ଆଜି ଦିନରେ ସମ୍ଭିଙ୍କ ଘରେ ହଳଦୀ ପତ୍ରର ବାସ୍ନା ମହକୁଥାଏ ।

କୁହାଯାଏ, ପରିବାରର ଜ୍ୟେଷ୍ଠ ସନ୍ତାନ/ସନ୍ତତି ପରିବାରର ମଙ୍ଗ ସମ୍ଭାଳିବା ସଦୃଶ୍ୟ ଆଗାମୀ ଦିନରେ ପାରମ୍ପରିକ ରୀତିନୀତିକୁ ଆଗେଇ ନେବେ । ଖାସ୍ ଏଥିପାଇଁ ବର୍ଷର ଏହି ଦିନଟି ସମର୍ପିତ ହୋଇଥାଏ ପଢୁଆଁମାନଙ୍କ ପାଇଁ ।

 

Leave A Reply

Your email address will not be published.