Latest Odisha News

BREAKING NEWS

ଆଜି ସରୁଛି ଐତିହାସିକ କଟକ ବାଲିଯାତ୍ରା

କଟକ: ବିଶ୍ୱ ପ୍ରସିଦ୍ଧ କଟକ ଐତିହାସିକ ବାଲିଯାତ୍ରାର ଆଜି ହେଉଛି ଅନ୍ତିମ ଦିନ।

ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷର ଏହି ବାଲିଯାତ୍ରା ୮ମ ଦିନ ଅତିକ୍ରାନ୍ତ କରିଥିବାବେଳେ ଆଜି ଉଦଯାପିତ ହେବାକୁ ଯାଉଛି । ଅନେକ ଦିନ ଧରି ବାଲିଯାତ୍ରା ସନ୍ଧ୍ୟାରେ ସମସ୍ତ ଦର୍ଶକମାନଙ୍କୁ ଷ୍ଟାର୍ ନାଇଟ୍ ମତୁଆଲା କରୁଥିବା ବେଳେ ଏହାର ୮ମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ପାଲଟିଥିଲେ ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କେ.କେ । ତାଙ୍କ ଗୀତରେ ଏକପ୍ରକାର କମ୍ପିଥିଲା ବାଲିଯାତ୍ରା ପଡିଆ ତଥା ଗଣକବି ବୈଷ୍ଣବ ପାଣି ମଞ୍ଚ ।

ବଲିଉଡ ଷ୍ଟାର ମ୍ୟୁଜିକ ନାଇଟରେ ପରିବେସିତ ଗୀତ ଶୀତୁଆ ରାତିକୁ ପୂରା ଗରମାଗରମ ମାହୋଲରେ ପରିଣତ କରିଥିଲା । ରୋମାଞ୍ଚିତ ହଜାର ହଜାର ଦର୍ଶକମାନେ ମଧ୍ୟ ଏହି ସନ୍ଧ୍ୟାକୁ ମନଭରି ଉପଭୋଗ କରିବା ସହ ‘ତଡପ ତଡପ ଇସ୍ ଦିଲ୍ ସେ’ ଗୀତର ତାଳେ ତାଳେ ଖୁବ୍ ଝୁମିଥିଲେ ।

ଖାଦ୍ୟ ତଥା ଘରକରଣା ସାମଗ୍ରୀ ଚଳିତ ବର୍ଷର ମୁଖ୍ୟ ଆର୍କଷଣ ପାଲଟିଥିବା ବେଳେ ଲୋକମାନେ ଦେଶୀ ବିଦେଶୀ ଖାଦ୍ୟର ମଜା ନେଉଥିବା ବେଳେ ବିଶେଷକରି ଓରମାସ୍ ପରିସରରେ ଆୟୋଜିତ ଫୁଡକୋର୍ଟରେ ବେଶ ଭିଡ ଜମୁଥିବା ପରିଲିକ୍ଷିତ ହୋଇଥିଲା ।

ଉଲ୍ଲେଖଯୋଗ୍ୟ, ଚଳିତଥର ବାଲିଯାତ୍ରାରେ ପର୍ଯ୍ୟଟକମାନେ ରିକ୍ସା, ସାଇକେଲ୍ ସବାରୀ ସହ ବୋଟିଂର ମଧ୍ୟ ମଜା ଉଠାଇଥିବା ବେଳେ ‘ପଥୋତ୍ସବ’କୁ ମନଭରି ଉପଭୋଗ କରିଥିଲେ ।

Leave A Reply

Your email address will not be published.