ମୁମ୍ବାଇ : ୯୦ ଦଶକର କଥା ଆସିଲେ ପ୍ରଥମେ ମନକୁ ଆସେ ତାଙ୍କରି କଥା । ସେ ସଙ୍ଗୀତ ଜଗତର ବାଦଶାହା । ବଲିଉଡ୍ ସଙ୍ଗୀତ ଜଗତକୁ ସେ ଦେଇଛନ୍ତି ଅନେକ ହିଟ୍ ସଙ୍ଗୀତ । ଆମେ କହୁଛୁ ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣଙ୍କର କଥା । ଆଜି ହେଉଛି ତାଙ୍କର ୬୮ତମ ଜନ୍ମଦିନ । ବିହାର ବାଇସି ନାମକ ଏକ ଛୋଟ ଗାଁରେ ଉଦିତଙ୍କର ଜନ୍ମ ।
ଆଦିତ୍ୟ ତାଙ୍କ ପିତାଙ୍କୁ ଅନୁସରଣ କରି ଆଜି ଜଣେ ସଫଳ ଗାୟକ ହୋଇପାରିଛନ୍ତି । ଆଜି ପର୍ଯ୍ୟନ୍ତ ୧୪୦ରୁ ଅଧିକ ହିନ୍ଦୀ ଚଳଚ୍ଚିତ୍ରରେ ଗୀତ ସେ ଗାଇଛନ୍ତି। ଉଦିତ୍ ୧୯୮୫ ମସିହାରେ ସେ ଦୀପା ଗହତରାଜଙ୍କୁ ବିବାହ କରିଥିଲେ । ୧୯୮୭ ମସିହାରେ ଜନ୍ମ ହୋଇଥିଲେ ତାଙ୍କ ଆଦିତ୍ୟ ନାରାୟଣ । ସେ ମଧ୍ୟ ଜଣେ ପ୍ରତିଷ୍ଠିତ ଗାୟକ । ୯୦ ଦଶକରୁ ବଲିଉଡ ଜଗତକୁ ଦେଇଚାଲିଛନ୍ତି ଅନେକ ସୁପରହିଟ୍ ଗୀତ ।
ନେପାଳ ରେଡିଓ ଷ୍ଟସନରେ ମୈଥିଲି ଓ ନେପାଳି ଗୀତରୁ ସେ ଆରମ୍ଭ କରିଥିଲେ ତାଙ୍କର କ୍ୟାରିୟର । କାଠମାଣ୍ଡୁ ରେଡିଓ ଷ୍ଟେସନରୁ ମାତ୍ର ୧୦୦ ଟଙ୍କାରେ ସେ ନିଜ କାମ ଆରମ୍ଭ କରିଥିଲେ । ଏତିକି ଟଙ୍କାରେ ନିଜ ପେଟ ପୋଷିବା କଷ୍ଟକର ହୋଇପଡିପଡିଥିଲା । ତାପରେ ହୋଟେଲରେ ଗୀତ ଗାଇବାକୁ ବାଧ୍ୟ ହୋଇଥିଲେ ଉଦିତ । ସଂଗୀତ ପ୍ରତି ଅହେତୁକ ରୁଚି ତାଙ୍କୁ ଟାଣି ଆଣିଥିଲା ମହାନଗରୀ ମୁମ୍ବାଇ କୁ ।
୧୯୭୮ ମସିହାରେ ମୁମ୍ବାଇ ଆସିବା ପରେ ସେ ୧୦ ଟି ଗୀତ ଗାଇଥିଲେ । କିନ୍ତୁ ୧୯୮୦ ମସିହାରେ ସେ ତାଙ୍କର ପ୍ରଥମ ହିଟ୍ ଗୀତ ପାଇଥିଲେ । ତାଙ୍କର ପ୍ରଥମ ଗୀତ ହେଉଛି ପାପା କେହତେଁ ହେଁ ବଡା କାମ କରେଗା । ଏହି ଗୀତ ପାଇଁ ତାଙ୍କୁ ମିଳିଥିଲା ଫିଲ୍ମ ଫେୟାର ଆଓ୍ବାର୍ଡ । ତାପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ଉଦିତ୍ । ଜୀବନର ଅନେକ ଉତଥାନ ପତନ ମଧ୍ୟରେ ଆଜି ୬୮ବର୍ଷ ବିତିଯାଇଛି । ହେଲେ ଆଜି ବି ପିଲାଠୁ ବୁଢା ସମସ୍ତଙ୍କ ମନରେ ସେମିତି ସତେଜ ହୋଇ ରହିଛି ଉଦିତଙ୍କ ରୋମାଣ୍ଟିକ୍ ଗୀତ ।
Comments are closed.