Latest Odisha News

BREAKING NEWS

ସରିନି ରଜ ମଉଜ, ଆଜି ଶେଷ ରଜ, ଉତ୍ସବ ମୁଖର ଗାଁ ଠୁ ସହର

ଭୁବନେଶ୍ଵର: ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ। ଆଜି ଶେଷ ରଜକୁ ଧୁମଧାମରେ ପାଳୁଛନ୍ତି ଓଡିଶାବାସୀ । ଏହି ଗଣ ପର୍ବ ପାଇଁ ଉତ୍ସବମୁଖର ହୋଇଛି ଗାଁ ଠାରୁ ସହର । ଚାରିଆଡେ ଉତ୍ସବର ମାହୋଲ। ପିଠାପଣାର ବାସ୍ନାରେ ମହକୁଛି ପ୍ରତିଟି ଓଡିଆ ଘର । ଏହି ଦିନକୁ ମାଟି ଓ ମୌସୁମୀର ମିଳନ ପର୍ବ ବୋଲି କୁହାଯାଏ । ସଂକ୍ରାନ୍ତିରେ ଭଗବାନଙ୍କୁ ଦର୍ଶନ କରିବା ସହ ପିଠା ଖାଇ ସଜ ହୋଇ ରଜ ମଉଜ କରିଥିଲେ ସଭିଏଁ । ଶେଷ ରଜର ସକାଳକୁ ଉତ୍ସହ ଓ ଉଦ୍ଦୀପନାର ସହ ସଭିଏଁ ସ୍ବାଗତ କରିଛନ୍ତି ।

ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ଦିନ । ସମାନ ଭାବରେ ଗାଁରୁ ନେଇ ସହର ଚଳଚଞ୍ଚଳ ହୋଇଛି । ପ୍ରତି ବର୍ଷ ଏହି ତିନିଦିନକୁ ଉତ୍କଣ୍ଠାର ସହିତ ପାଳନ କରନ୍ତି ପ୍ରତିଟି ଓଡିଆ । ସାଧାରଣତଃ କୃଷକମାନେ ରଜ ସଂକ୍ରାନ୍ତି ପୂର୍ବରୁ ଜମିରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଆଷାଢର ପ୍ରଥମ ବର୍ଷା ପୃଥିବୀକୁ ଶୀତଳ କରିଥାଏ । ରଜ ତିନିଦିନ ଧରା ଉପରେ କୌଣିସ କାର୍ଯ୍ୟ କରାଯାଇନଥାଏ । ସମସ୍ତ କୃଷି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକଭାଇ ।

ଆସନ୍ତାକାଲି ବସୁମତୀ ସ୍ନାନ । ସକାଳୁ ମହିଳାମାନେ ବସୁଧା ମାତାଙ୍କୁ ପୂଜା କରିଥାନ୍ତି । ଓଡିଶାର ଏହି ସଂସ୍କୃତି ପରମ୍ପରା ସମ୍ପନ୍ନ ପର୍ବରେ ପୂରପଲ୍ଲୀ ତିନିଦିନ ଧରି ଉତ୍ସବମୁଖର ହୋଇଛି । ମନକୁ ଆନମନା କରିଛି ବରଷକେ ଥରେ ଆସିଛି ରଜ ଘେନି ନୂଆ ସଜବାଜ….ଗୀତ । ଗାଁର ଗଳି କନ୍ଦିରେ ରଜ ଦୋଳି ଛକ ଛକରେ ରଜପାନ ପସରା ଆଉ ରଜ ପିଠା ବାସ୍ନାରେ ମହକି ଉଠୁଛି ଚର୍ତୁଦିଗ । ରଜ ଗୀତର ତାଳେ ତାଳେ ଏହି ଦିନିଦିନିଆ ପର୍ବକୁ ସମସ୍ତେ ପାଳନ କରିଛନ୍ତି । ପ୍ରତିବର୍ଷ ଏହି ପର୍ବକୁ ଚାହିଁ ବସିଥାନ୍ତି ରାଜ୍ୟବାସୀ । ଆଜି ଏହି ପର୍ବରେ ଶେଷ ଦିନ ପୁଣି ଆର ବର୍ଷକୁ ଅପେକ୍ଷା ।

 

Leave A Reply

Your email address will not be published.