Latest Odisha News

BREAKING NEWS

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ । ଉତ୍ତର ପ୍ରଦେଶର ମଥୁରା ଓ ବୃନ୍ଦାବନ ସମେତ ଦେଶର ବିଭିନ୍ନ ସ୍ଥାନରେ ଥିବା ବିଷ୍ଣୁମନ୍ଦିର ଓ ଇସ୍କନ ମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସାହର ସହିତ ପାଳନ ହେଉଛି । ନିଜର ଅତିପ୍ରିୟ ଭଗବାନଙ୍କ ଜନ୍ମ ଦିବସ ପାଳିବାକୁ ବିଭିନ୍ନ ପ୍ରକାରର ପ୍ରସ୍ତୁତି ସବୁ କରାଯାଇଛି । ରଙ୍ଗ ବେରଙ୍ଗର ଆଲୋକ ମାଳାରେ ଝଲସୁଛି ମଥୁରା ନଗରୀ ।

କୃଷ୍ଣଙ୍କ ଜନ୍ମ ଉତ୍ସବ ପାଳନ କରିବାକୁ ସମସ୍ତେ ବେଶ୍ ପ୍ରସ୍ତୁୂତ । କୃଷ୍ଣଙ୍କର ସବୁ ନୀତିକ୍ରାନ୍ତି କରଯାଉଥିବା ବେଳେ ସକାଳୁ ସକାଳୂ ପୂଜା ସହିତ ଆଳତୀ କରାଯାଇଛି। କୃଷ୍ଣଙ୍କ ଜନ୍ମ ସ୍ଥଳୀ ଯୋଗୁ ଦଳର ଦୂରନ୍ତରୁ ଛୁଟିଆସିଛନ୍ତି ଶ୍ରଦ୍ଧାଳୁ ମାନେ। ମଥୁରା ନଗରୀ ଗୋଟିଏ ସ୍ଥାନ ଯେଉଁଠି ସେମାନେ ତାଙ୍କର ଅତିପ୍ରିୟ ଭଗବାନଙ୍କର ଛୋଟ ବେଳରୁ ନେଇ ବଡ ପର୍ଯ୍ୟନ୍ତ ସମସ୍ତ ଲୀଳା ଖେଳା ପାଳନ କରିଥାନ୍ତି। ଆଉ ସେହି ଗୋଟିଏ ଦିନ ଜନ୍ମାଷ୍ଟମୀକୁ ଥାଏ ଅପେକ୍ଷା। ସମଗ୍ର ମଥୁରା ନଗରୀ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି।

ତେବେ କରୋନା କଟକଣା ମଧ୍ୟରେ ଚାଲିଛି ପୂଜାର୍ଚ୍ଚନା । ଦ୍ୱାପର ଯୁଗରେ ପ୍ରବଳ ପ୍ରତାପୀ କଂସକୁ ବଧ କରିବା ନିମନ୍ତେ ମାନବ ରୂପରେ ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଧରାବତରଣ କରିଥିଲେ ଭଗବାନ ବିଷ୍ଣୁ । ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ନିଶାର୍ଦ୍ଧରେ ମଥୁରାରେ କାରାଗାର ମଧ୍ୟରେ କୃଷ୍ଣଙ୍କର ଜନ୍ମ ହୋଇଥିଲା । ଦେବକୀଙ୍କର ଅଷ୍ଟମ ଗର୍ଭର ସେ ଜନ୍ମ ହୋଇଥିଲେ । ପ୍ରବଳ ବର୍ଷା ରାତ୍ରୀରେ ପିତା ବାସୁଦେବ ଉଛୁଳା ଯମୁନା ନଦୀ ମଧ୍ୟରେ ତାଙ୍କୁ ଗୋପପୁରକୁ ନେଇଥିଲେ । ଏଥିପାଇଁ ସାରା ଭାରତରେ ଜନ୍ମାଷ୍ଟମୀର ମଧ୍ୟ ରାତ୍ରୀରେ କୃଷ୍ଣ ଜନ୍ମନୀତି ସହ ବିଶେଷ ପୂଜାର୍ଚ୍ଚନାର ଆୟୋଜନ ହୋଇଛି ।

ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋଭିଡ-୧୯ ଜନ୍ମାଷ୍ଟମୀ ଉପରେ ପ୍ରଭାବ ପକାଇଛି । କୋଭିଡ କଟକଣା ମଧ୍ୟରେ ଶ୍ରୀକୃଷ୍ଣଙ୍କ ଜନ୍ମନିତୀ ପାରମ୍ପରିକ ରୀତି ନୀତି କରାଯାଉଛି । ଅନୁସାରେ ପାଳନ ଦ୍ୱିତୀୟ ଲହର ଏବେ ବି ଦେଶରେ ଜାରି ରହିଥିବାରୁ ମନ୍ଦିର ଗୁଡ଼ିକରେ ଆବଶ୍ୟକତା ଅନୁଯାୟୀ ଶ୍ରଦ୍ଧାଳୁମାନଙ୍କର ପ୍ରବେଶ ଅନୁମତି ଦିଆଯାଉଛି .. .

 

Comments are closed.