Latest Odisha News

BREAKING NEWS

[ଭିଡିଓ] ସେଲିବ୍ରିଟି ହେୟାର୍ ଷ୍ଟାଇଲିଷ୍ଟ ଜାୱେଦ୍ ହବିବ୍‌ଙ୍କ ବିରୋଧରେ ମାମଲା ଦାୟର

ଭୁବନେଶ୍ୱର: ସେମିନାର୍ ଟ୍ରେନିଂ ଅବସରରେ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇଥିଲେ ସେଲିବ୍ରିଟି ହେୟାର୍ ଷ୍ଟାଇଲିଷ୍ଟ ଜାୱେଦ୍ ହବିବ୍ । ବିହାର ମୁଜାଫରନଗରରେ ଘଟିଥିବା ଏହି ଘଟଣାକୁ ନେଇ ହବିବ୍‌ଙ୍କ ବିରୋଧରେ ଥାନାରେ ମାମଲା ଦାୟର ହୋଇଥିବା ଜଣାପଡିଛି । ଜାନୁଆରୀ ୩ ତାରିଖରେ ଟ୍ରେନିଂ ଅବସରରେ ହବିବ୍ ପୂଜା ଗୁପ୍ତା ନାମକ ଜଣେ ମହିଳାଙ୍କ ମୁଣ୍ଡରେ ଛେପ ପକାଇଥିଲେ । ତେବେ ଗତକାଲି ଏହାର ଭିଡିଓଟି ଭାଇରାଲ୍ ହେବା ପରେ ନ୍ୟାସନାଲ୍ କମିଶନ୍ ଅଫ୍ ୱିମେନ୍ ଆପତ୍ତି ଉଠାଇଛି ।

BjdElectrycity

ମୁଜାଫୁରନଗର ଖଟୌଲିର ସର୍କଲ୍ ଅଫିସର ରାକେଶ କୁମାରଙ୍କ ଅନୁଯାୟୀ ଆଇପିସି ଧାରା ୩୫୫ ଓ ୫୦୪ ଅଧିନରେ ହବିବ୍‌ଙ୍କ ଥାନାରେ ମାମଲା ଦାୟର ହୋଇଛି । ଭିଡିଓରେ ଥିବା ପୂଜା ଗୁପ୍ତା ନାମକ ମହିଳାଙ୍କ ଅଭିଯୋଗ କ୍ରମେ ପୋଲିସ ଆକ୍ସନ ମୋଡକୁ ଆସିଥବା ଜଣାପଡିଛି । ତେବେ ଅଭିଯୋଗ ପୂର୍ବରୁ ପୂଜା ଏକ ଭିଡିଓ ଜାରି କରି ହବିବ୍ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ପ୍ରକାଶ କରିଥିଲେ । ଅନ୍ୟପଟେ ଇନଷ୍ଟାଗ୍ରାମରେ କ୍ଷମା ପ୍ରାର୍ଥନା କରି ହବିବ୍ ଏହି ମାମଲାକୁ ରଫାଦଫା କରିବାକୁ ବିଫଳ ଚେଷ୍ଟା ମଧ୍ୟ କରିଥିଲେ ।

 

View this post on Instagram

 

A post shared by Jawed Habib (@jh_hairexpert)

ଅନ୍ୟପଟେ ମଧ୍ୟପ୍ରଦେଶ ଇନ୍ଦୋର ବିଧାୟକ ଆକାଶ ବିଜୟଭର୍ଗିୟା ହବିବ୍‌ଙ୍କ ସମସ୍ତ ଆଉଟ୍‌ଲେଟ୍‌କୁ ୪୮ ଘଣ୍ଟା ମଧ୍ୟରେ ବନ୍ଦ କରିବା ଲାଗି ଦାବି କରିଛନ୍ତି । ଏ ନେଇ ହବିବ୍‌ଙ୍କ ଭିଡିଓକୁ ସେ ଇନ୍ଦୋର ପୋଲିସ ତଥା ପ୍ରଶାସନକୁ ଟୁଇଟ୍ ମଧ୍ୟ କରିଛନ୍ତି । ସେହିଭଳି ହିନ୍ଦୁ ଜାଗରଣ ମଂଚ ହବିବ୍‌ଙ୍କ ବ୍ୟାନର୍ ଜାଳିବା ସହ ତାଙ୍କ ଗିରଫଦାରୀ ପାଇଁ ଦାବି କରିଛି ।

Leave A Reply

Your email address will not be published.