Latest Odisha News

ସାଥୀ କଳାକାରଙ୍କ ପ୍ରତି ବଲିଉଡ ଅଭିନେତାଙ୍କ ବିବାଦୀୟ ମନ୍ତବ୍ୟ

ମୁମ୍ବାଇ:ବଲିଉଡ ରିଲ ଲାଇଫରେ ନିଜକୁ ଯେତିକି ସଂଗଠିତ ଭାବେ ଚିତ୍ରିତ କରିଥାନ୍ତି । ରିୟଲ ଲାଇଫରେ କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଭିନ୍ନ । ଆସନ୍ତୁ ଜାଣିବା ବଲିଉଡ ଅଭିନେତାଙ୍କ କେତେକ ବିବାଦୀୟ ମନ୍ତବ୍ୟ ସମ୍ପର୍କରେ ଯାହା କି ଚର୍ଚ୍ଚାର ଖୋରାକ ଯୋଗାଇଥିଲା ।
ଶାହାରୁଖ ମୋର ପାଦ ଚାଟେ: ବଲିଉଡର ପ୍ରତିଷ୍ଠିତ ଅଭିନେତା ଅମୀର ଖାଁ ଶାହାରୁଖ ମୋର ପାଦ ଚାଟେ ବୟାନ ଦେଇ ବିବାଦୀୟ ହୋଇ ପଡିଥିଲେ । ପରେ ସେ ସ୍ପଷ୍ଟ କରିଥିଲେ ଯେ, ଏହା ତାଙ୍କ କୁକୁରର ନାମ । କିନ୍ତୁ ଏଥିରୁ ସ୍ପଷ୍ଟ ହେଉଥିଲା ଶାହରୁଖଙ୍କ ପ୍ରତି ତାଙ୍କର ମନୋଭାବ କିପରି ଥିଲା ।
ଉର୍ମିଳା ସଫ୍ଟ ପର୍ଣ୍ଣ ଷ୍ଟାର; ବଲିଉଡ କୁଇନ ରଙ୍ଗୀଲା ଗାର୍ଲ ଉର୍ମିଳା ମାତୋଣ୍ଡକରଙ୍କୁ ସଫ୍ଟ ପର୍ଣ୍ଣ ଷ୍ଟାର ବୋଲି ଏକ ସାକ୍ଷାତକାରରେ କହିଥିଲେ । କିନ୍ତୁ କଙ୍ଗନାଙ୍କ ଏହି ମନ୍ତବ୍ୟକୁ ବଲିଉଡର ଅଧିକାଂଶ କଳାକାର ବିରୋଧ କରିଥିଲେ । ସେହିପରି କରନ ଜୋହରଙ୍କୁ ମୁଭି ମାଫିଆ କହି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।
ମାଆଙ୍କ ପଣତ କାନିରେ ରହିବା ପିଲା ହେଲ ରଣବୀର: କଫି ୱିଥ କରନ ଶୋରେ ସୋନମ କାପୁର କହିଥିଲେ, ରଣବୀର କାପୁର ମାଆ ପଣତ କାନି ଭିତରେ ରହିବାକୁ ଭଲ ପାଆନ୍ତି ।
ରଣବୀରକୁ କଣ୍ଡୋମ ଗିଫ୍ଟ କରିବି: ଦୀପିକା ପାଦୁକୋନ ଏକ୍ସ ବୟଫ୍ରେଣ୍ଡ ରଣବୀର କାପୁରଙ୍କୁ କଣ୍ଡୋମ ଗିଫ୍ଟ କରିବି ବୋଲି କହିଥିଲେ । ଏହାର କାରଣ ସମ୍ପର୍କରେ ସେ କହିଥିଲେ ସେ ଏହାର ବହୁତ ବ୍ୟବହାର କରନ୍ତି ।

ପୂଜା ଭଟ୍ଟ ଝିଅ ହୋଇ ନ ଥିଲି ବିବାହ କରିଥାନ୍ତି: ପୂଜା ଭଟ୍ଟ ମୋ ଝିଅ ହୋଇ ନ ଥିଲେ ବିବାହ କରିଥାନ୍ତି ବୋଲି ବାପା ମହେଶ ଭଟ୍ଟ କହିଥିଲେ । ମହେଶ ଏହି ମନ୍ତବ୍ୟ ବିଭିନ୍ନ ମହଲରେ ତୀବ୍ର ସମାଲୋଚିତ ହୋଇଥିଲେ ।
ଶାହାରୁଖଙ୍କୁ ଚାପୁଡା ମାରିଥାନ୍ତି: ଶାହାରୁଖ ଖାଁ ଯଦି ଐଶ୍ଚର୍ଯ୍ୟ ରାୟ ବିରୋଧରେ କିଛି ବିବାଦୀୟ ବୟାନ ଦେବେ ତାହାହେଲେ ମୋଠାରୁ ଚାପୁଡା ଖାଇବେ ବୋଲି ଜୟା ବଚ୍ଚନ କହିଥିଲେ ।
ଐଶ୍ଚର୍ଯ୍ୟଙ୍କ ଉପରେ ବିବେକଙ୍କ ମୀମ:୨୦୧୯ରେ ବିବେକ ଓବରାୟ ପୂର୍ବତନ ଗାର୍ଲଫ୍ରେଣ୍ଡ ଐଶ୍ଚର୍ଯ୍ୟ ରାୟ ନେଇ ବିବାନୀୟ ମିମ୍ ପ୍ରସ୍ତୁତ କରିଥିଲେ । ଐଶ୍ଚର୍ଯ୍ୟକୁ ନିର୍ବାଚନ, ସଲମାନ ଖାଁଙ୍କୁ ଓପନିୟନ ପୋଲ, ନିଜକୁ ଏକଜିଟ ପୋଲ ଓ ଅଭିଷେକ ବଚ୍ଚନଙ୍କୁ ଫଳାଫଳ ସହ ତୁଳନା କରିଥିଲେ । ବିବାଦ ବଢ଼ିବା ପରେ ସେ ଏହାକୁ ହଟେଇ ଦେଇଥିଲେ ।

Leave A Reply

Your email address will not be published.