Latest Odisha News

BREAKING NEWS

ଭୁବନେଶ୍ୱରରୁ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ ଗିରଫ, ମାଳ ମାଳ ସେଲଫୋନ୍ ଜବତ

ଭୁବନେଶ୍ୱର: ମାତିଛନ୍ତି ମୋବାଇଲ୍ ଫୋନ୍ ଲୁଟେରା । ଭୁବନେଶ୍ୱର ସହିଦନଗରରୁ ଏମିତି ଏକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ । ମାଳ ମାଳ ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥି ପୋଲିସ । ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ଜବତ ହୋଇଛି ୧୦୨ଟି ସେଲ୍‌ଫୋନ୍‌ ।

ଗିରଫ ଦୁଇ ଅଭିଯୁକ୍ତ ହେଲେ ଅନୁଗୁଳର ସଞ୍ଜୟ ଗଡ଼ନାୟକ ଓ ଲିପୁନ ସାହୁ । ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ଅଧିକ ଖୋଳତାଡ ଜାରି ରହିଛି । ଏମାନେ ଲୋକଙ୍କଠାରୁ ଛିନତାଇ କରି ମୋବାଇଲ୍ ଫୋନ୍ ଲୁଟ୍ କରୁଥିଲେ । ପରେ କମ୍ ପଇସାରେ ଅନ୍ୟଙ୍କୁ ବିକ୍ରି କରୁଥିଲେ । ଚୋରି ମୋବାଇଲ୍ ଫୋନଗୁଡ଼ିକୁ କିଣିଥିବା ୮୨ ଜଣ ତଦନ୍ତ ପରିସରଭୁକ୍ତ ହେବେ ।

Leave A Reply

Your email address will not be published.