Latest Odisha News

BREAKING NEWS

ଏହି ଗ୍ରାମରେ ସନ୍ଧ୍ୟା ୬ରୁ ୮ଟା ମୋବାଇଲ, ଟିଭି ବନ୍ଦ

ଜକେକୁରବାଡି: ସନ୍ଧ୍ୟା ୫ଟା ୫୫ ହଠାତ ଏକ ସାଇରନର ସ୍ୱର ମହାରାଷ୍ଟ୍ରର ଜକେକୁରବାଡିକୁ ଥରେଇ ଦେଇଥିଲା । ଛୋଟ ପିଲାମାନେ ଯିଏ ଯେଉଁଠି ଥିଲେ ଘର ଆଡକୁ ଦୌଡିଥିଲେ । ଆଉ ବାପାମାଆମାନେ ପିଲାମାନଙ୍କୁ ଆଣିବା ପାଇଁ ବ୍ୟସ୍ତ ବିବ୍ରତ ହେଉ ପଡୁଥିଲେ । ସେମାନଙ୍କ ବ୍ୟସ୍ତ ଏବଂ ବିବ୍ରତ ପଛରେ ଏକ ମହତ ଉଦ୍ଦେଶ୍ୟ ଥିଲା । ଆଉ ତାହା ଥିଲା ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ । ଆପଣମାନେ ବି ଚିନ୍ତାରେ ପଡିଗଲେ ନାଁ…ଆଜ୍ଞା ହଁ । ମୋବାଇଲ, ଟିଭ ଓ ନେଟ ଦୁନିଆରେ ପିଲାମାନେ ଛନ୍ଦି ହୋଇ ପଡିଲେଣି । ଯେଉଁ ମାଆ ଗର୍ବର କହୁଥିଲା ମୋ ଧନ ପିଲାବେଳେ ମୋବାଇଲ ଘାଂଟି ଜାଣିଛି । ସେ ଏବେ ତା ନେଇ ଛଟପଟ । ଏହାର ପ୍ରଭାବ ଏବେ ଅତ୍ୟଧିକ ହୋଇ ଉଠିଛି । ଏହି ଗ୍ରାମରେ ଜନସଂଖ୍ୟା ୨୨୦୦ ଓ ଏଥିରେ ୫୦୦ ପିଲା ରୁହନ୍ତି ।

ଗ୍ରାମବାସୀଙ୍କ ନିଷ୍ପତି କ୍ରମେ ସନ୍ଧ୍ୟା ୬ଟାରୁ ୮ଟା ପିଲା ପାଠ ପଢ଼ିବେ । ଆଉ ସେଥିପାଇଁ ସେହି ୨ ଘଂଟା ସମ୍ପୂର୍ଣ୍ଣ ଗ୍ରାମରେ ମୋବାଇଲ ଓ ଟିଭି ବନ୍ଦ ରହିବ । ୩୫ ବର୍ଷୀୟ ଅମର ସୂର୍ଯ୍ୟବଂଶର ଏଠାକାର ସଂରପଂଚ ହେବା ପରେ ଏହି ନିଷ୍ପତି ନିଆଯାଇଛି । ସେହିପରି ପାନ ଓ ଗୁଟଖା ବିକ୍ରି କଲେ ୫୦୦ ଟଙ୍କା ଜରିମାନା ଦେବାକୁ ପଡିବ । ଏହା ଦ୍ୱାରା ଗ୍ରାମରେ ଅନେକ ଲୋକ ନିଶାଠାରୁ ନିଜକୁ ଦୂରେଇ ନେଇ ସାରିଲେଣି । ପିଲାମାନେ ପାଠର ମହତ୍ୱ ବୁଝି ମନ ଦେଇ ପଢ଼ିବା ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.