ଭୁବନେଶ୍ବର: ଏଣିକି ମହଙ୍ଗା ହେବ ଘର ନିର୍ମାଣ । କାରଣ ଆହୁରି ବଢିବ ସିମେଣ୍ଟ ଦର । ୨୦୨୫ର ଦ୍ବିତୀୟାର୍ଦ୍ଧରେ ଭାରତୀୟ ସିମେଣ୍ଟ ଦର ୪ ପ୍ରତିଶ୍ରତକୁ ବୃଦ୍ଧି ପାଇବା ନେଇ ସିଏଲଏସଏ ସୂଚନା ଦେଇଛି । ଯାହା ପାନ ଇଣ୍ଡିଆ ଡିଲର କମ୍ପାନୀଗୁଡିକ, ଯେଉଁମାନଙ୍କ ମାର୍ଜିନରେ ହ୍ରାସ ଘଟିଥିଲା, ସେମାନଙ୍କ ପାଇଁ ଖୁସି ଖବର ଆଣିଥିବା ବେଳେ ସାଧାରଣ ଜନତାଟେ ମୁଣ୍ଡରେ ଏହା ଚଡକ ସଦୃଶ ।
ତେବେ ଗତ ୪-୫ ମାସ ଧରି ସିମେଣ୍ଟ ମୂଲ୍ୟ ସମାନ ରହିଥିଲା । ଯେଉଁ କାରଣରୁ, ସିମେଣ୍ଟ ଡିଲରଙ୍କ ମାର୍ଜିନରେ ହ୍ରାସ ଘଟିଥିଲା ଏବଂ ସିମେଣ୍ଟ କମ୍ପାନୀଗୁଡିକର ଲାଭ ମଧ୍ୟ ଏଥିରେ ପ୍ରଭାବିତ ହେଉଥିଲା । ଇଟି ରିପୋର୍ଟ ଅନୁଯାୟୀ, ଡିସେମ୍ବର ଆରମ୍ଭରୁ ସାରା ଦେଶରେ ସିମେଣ୍ଟ ଡିଲରମାନେ ମୂଲ୍ୟ ବୃଦ୍ଧି କରିଛନ୍ତି । ସିମେଣ୍ଟ ମୂଲ୍ୟ ବଢିକରି ବ୍ୟାଗ୍ ପ୍ରତି ୧୦ରୁ ୩୦ ଟଙ୍କା ବୃଦ୍ଧି ପାଇଛି । ଯାହା ପୂର୍ବ ଏବଂ କେନ୍ଦ୍ରୀୟ ଭାରତରେ ସବୁଠୁ ଅଧିକ ବୃଦ୍ଧି ହୋଇଛି । ଯାହାର ମୂଲ୍ୟ ବ୍ୟାଗ୍ ପ୍ରତି ୨୦ରୁ ୩୦ ଟଙ୍କା ବଢିଛି । ଆଉ ଅନ୍ୟାନ୍ୟ ସ୍ଥାନରେ ପାଖାପାଖି ୧୦ ଟଙ୍କାକୁ ବୃଦ୍ଧି ହୋଇଛି ।
ରିଅଲ୍ ଇଷ୍ଟେଟ୍ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ ବୃଦ୍ଧି ପାଇବା ପରେ ସିମେଣ୍ଟର ଚାହିଦା ବଢିବାରେ ଲାଗିଛି। ଫେଷ୍ଟିଭ୍ ସିଜିନ ଶେଷ ହେବା ପରେ ଶ୍ରମିକ ଉପଲବ୍ଧତା ମଧ୍ୟ ବୃଦ୍ଧି ପାଇଛି । ଏଭଳି ପରିସ୍ଥିତିରେ ଭିତ୍ତିଭୂମି ଏବଂ ରିଏଲ୍ ଇଷ୍ଟେଟ୍ କ୍ଷେତ୍ରରେ ନିର୍ମାଣ କାର୍ଯ୍ୟ ବୃଦ୍ଧି ପାଇଛି। ଏହି କାରଣରୁ ସିମେଣ୍ଟର ଚାହିଦା ମଧ୍ୟ ବୃଦ୍ଧି ପାଇଛି। ଏଥିସହିତ ମୌସୁମୀ ଶେଷ ହେବା ପରେ ସିମେଣ୍ଟର ଚାହିଦା ବଢିଥାଏ । ଏହି ଚାହିଦାକୁ ନଜରରେ ରଖି ଏବେ ସାରା ଦେଶରେ ସିମେଣ୍ଟ ଡିଲରମାନେ ବ୍ୟାଗ୍ ପ୍ରତି ମୂଲ୍ୟ ୫ରୁ ୨୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।
Comments are closed.