Latest Odisha News

ଓଏମଜି୨: ରିଭ୍ୟୁ କମିଟି ପାଖକୁ ପଠାଗଲା ଫିଲ୍ମ

ମୁମ୍ବାଇ: ଆଦିପୁରୁଷ ଫିଲ୍ମର ବିବାଦ ପରେ ସେନ୍ସର ବୋର୍ଡ ସତର୍କ ହୋଇ ପଡିଛି । ନିକଟରେ ଓହ ମାଇ ଗଡ ୨ର ଟିଜର ରିଲିଜ ହୋଇଥିଲା । ଏଥିରେ ପଙ୍କଜ ତ୍ରିପାଠୀଙ୍କୂ ଭକ୍ତ ରୂପରେ ଏବଂ ଅକ୍ଷୟ କୁମାରଙ୍କୁ ଭଗବାନ ଶିବଙ୍କ ଅବତାର ଭାବେ ଚିତ୍ରଣ କରାଯାଇଛି । ୧୧ ଅଗଷ୍ଟ ୨୦୨୩ ଏହା ରିଲିଜ ହେବାକୁ ଥିଲା । ବର୍ତମାନ ଫିଲ୍ମକୁ ରିଭ୍ୟୁ କମିଟି ପାଖକୁ ପଠାଯାଇଛି । ସେଠାରୁ ରିପୋର୍ଟ ଆସିବା ପରେ ଫିଲ୍ମ ରିଲିଜ ହେବ । ଓଏମଜି ୨ରେ ଅରୁଣ ଗୋଭିଲ ଭଗବାନ ରାମଙ୍କ ଭୂମିକା କରୁଛନ୍ତି । ସୂଚନାଯୋଗ୍ୟ, ରାମାନନ୍ଦ ସାଗରଙ୍କ ଟିଭି ସିରିୟଲ ରାମାୟଣରେ ଅରୁଣ ଭଗବାନ ରାମଙ୍କ ଭୂମିକା କରି ଘରେ ଘରେ ପରିଚିତ ହୋଇଥିଲେ । ଓଏମଜି ୨ ଓ ଗଦର ୨ ଗୋଟିଏ ଦିନରେ ସାମ୍ନାସାମ୍ନି ହେବାକୁ ଥିଲା ।

ଓଏମଜି ୨ର ରିଲିଜ ଡେଟ ଘୁଂଚିବା ରିଭ୍ୟୁ କମିଟି ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଛି । ୨୦୧୨ରେ ଓଏମଜି ଫିଲ୍ମ ରିଲିଜ ହୋଇଥିଲା । ଏଥିରେ ପରେଶ ରାୱଲ ମୂଖ୍ୟ ଭୂମିକାରେ ଥିଲେ । ଫିଲ୍ମଟି ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ପ୍ରଥମ ପାର୍ଟରେ ମୂଖ୍ୟ ଭୂମିକା ନାସ୍ତିକ ଥିବା ବେଳେ ଦ୍ୱିତୀୟ ପାର୍ଟରେ ଆସ୍ତିକ ଚିନ୍ତାଧାରାକୁ ନେଇ ଫିଲ୍ମ ତିଆରି କରାଯାଇଛି ।

Leave A Reply

Your email address will not be published.