Latest Odisha News

BREAKING NEWS

ଜମି ପାଇଁ ଗୁଳିମାଡ଼: ବାପା ମୃତ, ଝିଅ ଗୁରୁତର

ବ୍ରହ୍ମପୁର: ଜମିଜମା ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଝିଅର ଶ୍ୱଶୁର ଘରକୁ ଯାଇଥିବା ବେଳେ ଗୁଳିମାଡ଼ରେ ବାପାର ମୃତ୍ୟୁ ହୋଇଛି । ଝିଅକୁ ଗୁରୁତର ଆହତ ଅବସ୍ଥାରେ ମେଡିକାଲ ନିଆଯାଇଛି । ବୁଧବାର ସନ୍ଧ୍ୟାରେ ଘଟିଛି ଏ ଅଘଟଣ ।

ମୃତକ ଖଲ୍ଲିକୋଟ ଥାନା ଅନ୍ତର୍ଗତ କୁମୁଣ୍ଡା ଗାଁର ବିଜୟ କୁମାର ବେହେରା ବୋଲି ଜଣାପଡ଼ିଛି । ବିଜୟଙ୍କ ଝିଅ ଗାୟତ୍ରୀ ବେହେରା ମଧ୍ୟ ଗୁଳିମାଡ଼ରେ ଗୁରୁତର ହୋଇଛନ୍ତି । ଗତ କିଛିଦିନ ଧରି ଜମିଜମାକୁ ନେଇ ବିବାଦ ଲାଗି ରହିଥିଲା ।

ଜମିଜମା ମାମଲାର ସମାଧାନ ପାଇଁ ବାପାଙ୍କୁ ମଧ୍ୟସ୍ଥତା ପାଇଁ ଝିଅ ଡାକିଥିଲା । ତେବେ ଆଲୋଚନା ବେଳେ ଅପର ପକ୍ଷର ଜଣେ ସଦସ୍ୟ ଗୁଳିମାଡ଼ କରିଥିବା କୁହାଯାଉଛି । ବାପ ଓ ଝିଅଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆ ଯାଇଥିବା ବେଳେ ପୋଲିସରା ହସ୍ପିଟାଲରେ ବିଜୟଙ୍କ ମୃତ୍ୟୁ ହୋଇଥିଲା ।

ହସ୍ପିଟାଲରେ ଝିଅ ଗାୟତ୍ରୀର ଚିକିତ୍ସା ଚାଲିଛି । ଗୁଳିମାଡ଼ ପରେ ଅଭିଯୁକ୍ତ ଜଣଙ୍କ ଫେରାର୍ ହୋଇ ଯାଇଥିବା ବେଳେ ହିଞ୍ଜିଳିକାଟୁ ନିକଟରୁ ତାକୁ ଧରିବାରେ ସକ୍ଷମ ହୋଇଛି ପୋଲସରା ଥାନା ପୋଲିସ ।

Leave A Reply

Your email address will not be published.