Latest Odisha News

BREAKING NEWS

କେନ୍ଦ୍ର ମାଗିଲାଣି ରିପୋର୍ଟ, କି ଉତ୍ତର ଦେବ ଜଙ୍ଗଲ ବିଭାଗ ?

କଟକ: ଆଠଗଡ ବନଖଣ୍ଡରେ ଥିବା ଏକ ଦନ୍ତାହାତୀ ଗୁଳିବିଦ୍ଧ ହୋଇ ଚିକିତ୍ସାଧୀନ ହେଉଥିବା ବେଳେ ମୃତ୍ୟୁ ଘଟିଛି। ଏହାପରେ ପରେ କେନ୍ଦ୍ର ସରକାର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟର ଏକ ଚିଠି ହସ୍ତଗତ ହୋଇଛି। ଏହି ଚିଠି ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗର ମୁଖ୍ୟ ଅଧିକାରୀଙ୍କୁ ଆସିଛି। ଯେଉଁଥିରେ କୁହାଯାଇଛି ଆଠଗଡରେ ଶିକାରିଙ୍କ ଗୁଳିର ଶିକାର ହୋଇଥିବା ଦନ୍ତାହାତୀ ପ୍ରସଙ୍ଗରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାର ଉତ୍ତର ଦେବାକୁ। ୧୪ ତାରିଖରେ ଆସିଛି ଏହି ଚିଠି।

ଗୁରୁତ୍ୱପୂଣ୍ଣର୍ କଥା ହେଲା ଚିଠିରେ ଶିକାରି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। କିନ୍ତୁ ହାତୀଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି ବୋଲି କେନ୍ଦ୍ର ସରକାରଙ୍କ ଜଙ୍ଗଲ ମନ୍ତ୍ରାଳୟ ଲେଖିଥିବା ଚିଠିରୁ ଜାଣିନଥିବା ସୂଚନା ରହିଛି। ଏବେ ହାତୀଟିର ମୃତ୍ୟୁ ହୋଇସାରିଥିବାରୁ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ କିପରି ଉତ୍ତର ଦେଉଛି ତାକୁ ଅପେକ୍ଷା।

ଉଲ୍ଲେଖଯୋଗ୍ୟ, ରାଜ୍ୟରେ ବେଆଇନ ଭାବେ ପଶୁ ପକ୍ଷୀଙ୍କ ଅଙ୍ଗତସ୍କରରୀ ଚାଲିଛି। ବିଭିନ୍ନ ସମୟରେ ଏସଟିଏଫ ଏବଂ ପୋଲିସ ଏହି ବେଆଇ କାବରାରର ଦଲାଲଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି କିନ୍ତୁ ଏଯାବତ ଏହାର କିଙ୍ଗପିନକୁ ଧରିବାର ନଜିର ନାହିଁ। ଯେଉଁଥିପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ହାତୀ ଦାନ୍ତ ଏବଂ ବାଘ ଛାଲ, ବଜ୍ରକାପ୍ତା ଆଦି ଚାଲାଣାର ରାକେଟ ଧରପଡୁଛି ।

ଉଲ୍ଲେଖଯୋଗ୍ୟ, ୨୦୨୧-୨୨ରେ ବିଭିନ୍ନ କାରଣରୁ ଓଡ଼ିଶା ୭୪ଟି ହାତୀଙ୍କୁ ହରାଇଥିଲା। ଗତ ଅଢେଇ ମାସ ମଧ୍ୟରେ ରାଜ୍ୟରେ ଅତିକମରେ ୧୨ଟି ହାତୀଙ୍କ ମୃତ୍ୟୁ ଘଟିଛି। ୧୯୯୦-୨୦୦୦ ମଧ୍ୟରେ ହାରାହାରି ୩୩ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ତେବେ ୨୦୦୧-୨୦୧୦ରେ ଏହି ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇ ୬୪ରେ ପହଞ୍ଚିଥିଲା।

Leave A Reply

Your email address will not be published.