ନୂଆଦିଲ୍ଲୀ: ଲକ ଡାଉନ୍ ପରେ ମଧ୍ୟ ଶ୍ରମିକଙ୍କ ପଳାୟନକୁ ନେଇ କେନ୍ଦ୍ର ସରକାର କଡା ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ସମସ୍ତ ରାଜ୍ୟ ଓ ଜିଲ୍ଲାର ସୀମାକୁ ସିଳ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବାହାରୁ ଆସିଥିବା ଲୋକଙ୍କୁ ସୀମରେ କ୍ୟାମ୍ପ ତିଆରି କରି ରଖାଯାଉ ବୋଲି କହିଛନ୍ତି ।
କେନ୍ଦ୍ର ସରକାର ଆହୁରି ମଧ୍ୟ କହିଛନ୍ତି ଶ୍ରମିକମାନଙ୍କୁ ରହିବା ଖାଇବାର ବ୍ୟବସ୍ଥା କରାଯାଉ। ଆଉ ଯିଏ ଏହି ନିୟମ ପାଳନ ନ କରିବେ ସେମାନଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନର ଚେତାବନୀ ମଧ୍ୟ ଦେଇଛନ୍ତି କେନ୍ଦ୍ର ସରକାର। ସେହିପରି ଯେଉଁ ଲୋକମାନେ ସହର ଭିତରୁ ରାଜପଥ ଉପରକୁ ଆସୁଛନ୍ତି ସେମାନଙ୍କୁ ବାରଣ କରାଯାଉ।
କରୋନା ଭାଇରସ ମୁକାବିଲା ପାଇଁ କେନ୍ଦ୍ର ସରକାର ଦେଶବ୍ୟାପୀ ୨୧ ଦିନ ପାଇଁ ତାଲା ବନ୍ଦ ଘୋଷଣା କରିଛନ୍ତି । ତେବେ ଏହାକୁ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ଉଲ୍ଲଂଘନ କରିଛନ୍ତି । ଶହ ଶହ ସଂଖ୍ୟାରେ ଦାଦନ ଶ୍ରମିକମାନେ ଏକାଠି ହୋଇ ଚାଲି ଚାଲି ନିଜ ନିଜ ଘରକୁ ଆସିବା ପାଇଁ ଅଂଟା ଭିଡିଛନ୍ତି । ଏଭଳି ସ୍ଥିତିରେ ଦେଶରେ ଆହୁରି ଜୋର୍ରେ ଭୂତାଣୁ ବ୍ୟାପିବା ନେଇ ଆଶଙ୍କା ଦେଖାଦେଇଛି । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ତୁରନ୍ତ ରାଜ୍ୟ ଓ ଜିଲ୍ଲା ଗୁଡିକର ସୀମାକୁ ସିଲ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
BREAKING NEWS
- ବୋମା ଖାଇ ହାତୀ ଗୁରୁତର, ଅନୁଗୁଳରୁ ଉଦ୍ଧାର…
- The Millet Diary: ଓଡ଼ିଆ ଫିଲ୍ମ ‘ଦ ମିଲେଟ ଡାଏରୀ’ର ଟିଜର ରିଲିଜ, ଏହି ଦିନ ହେବ ରିଲିଜ..
- ରାଜ୍ୟ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ୨୦୨୫-୨୬, ଜାଣନ୍ତୁ କେମିତି କରିବେ ଆବେଦନ…
- IAF Help: ନନ୍ଦା ଦେବୀ ଜାତୀୟ ଉଦ୍ୟାନରେ ଅଗ୍ନିକାଣ୍ଡ;ନିଆଁ ଲିଭାଇବ ଭାରତୀୟ ବାୟୁସେନା
- BBSR Airport: ୨୦୨୫ରେ ଭୁବନେଶ୍ବର ବିମାନବନ୍ଦରରୁ ସର୍ବାଧିକ ଯାତ୍ରୀ ଯାତାୟାତ କରିଛନ୍ତି
- ସୁପ୍ରିମକୋର୍ଟରେ ପଶ୍ଚିମବଙ୍ଗ ଡିଜିପିଙ୍କ ନିଲମ୍ବନ ଦାବି କଲା ଇଡି
- Shilpa Shetty: ଜଗନ୍ନାଥଙ୍କୁ ଦର୍ଶନ କଲେ ଶିଳ୍ପା, ଆଉ କହିଲେ..
- Khamenei Trying Escape Dubai: ପରିବାର ସହ ଦୁବାଇ ପଳେଇବା ପାଇଁ ପ୍ଲାନ୍ କଲେଣି ଖାମେନେଇ?, ଇରାନରୁ ସ୍ଥାନାନ୍ତରିତ ହେଲା ୧୩୫୩ କୋଟି ଟଙ୍କା…
- ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ; ଆନନ୍ଦ ବଜାରରେ ମୋବାଇଲ ଧରି ଗପିଲେ ବ୍ୟକ୍ତି
- Nisha Maharana: ଗିରଫ ହେବେ ନିଶା ମହାରଣା, ଖୋଜୁଛି ପୋଲିସ
Comments are closed.