Latest Odisha News

BREAKING NEWS

କରୋନା ଲକଡାଉନ: ଦେଶର ୯୦ରୁ ଅଧିକ ସହରରେ ବାୟୁ ପ୍ରଦୂଷଣର ସର୍ବନିମ୍ନ ସ୍ତର ରେକର୍ଡ

ନୂଆଦିଲ୍ଲୀ: କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ୨୧ ଦିନିଆ ଲକଡାଉନ ଲାଗୁ କରାଯାଇଛି । ଏହା ମଧ୍ୟରେ ଦେଶ ପାଇଁ ଏକ ଖୁସି ଖବର ଆସିଛି । ଦେଶରେ ବାୟୁ ପ୍ରଦୂଷଣର ମାତ୍ରା କମିଛି । ତେବେ ଦିଲ୍ଲୀ ସମେତ ଦେଶର ୯୦ରୁ ଅଧିକ ସହରରେ ଗତ କିଛି ଦିନ ମଧ୍ୟରେ ସର୍ବନିମ୍ନ ବାୟୁ ପ୍ରଦୂଷଣର ସ୍ତର ରେକର୍ଡ କରାଯାଇଛି ।

କେନ୍ଦ୍ର ଚାଳିତ ବାୟୁ ଗୁଣବତ୍ତା ଓ ପାଣିପାଗ ପୂର୍ବାନୁମାନ ଓ ଅନୁସନ୍ଧାନ ସଂସ୍ଥା(ଏସଏଏଫଏଆର)ଅନୁସାରେ, ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ପିଏମ ୨.୫ ରେକର୍ଡ କରାଯାଇଥିବାବେଳେ ଅହମଦାବାଦ ଓ ପୁଣେରେ ୧୫% କମିଥିବା ରେକର୍ଡ ହୋଇଛି । ଦେଶର ୩୧ ସହରରେ ବାୟୁ ପ୍ରଦୂଷଣର ମାନ ଭଲ ଓ ୫୧ ସହରରେ ସନ୍ତୋଷଜନକ ଥିବା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି ।

ଏହା ହେଉଛି ଭାରତର ସବୁଠାରୁ ବଡ ଓ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲୁଥିବା ଲକଡାଉନ । କରୋନା ପାଇଁ ପାଖାପାଖି ୧୩୦ କୋଟି ଭାରତୀୟଙ୍କୁ ଘର ଭିତରେ ରହିବାକୁ କୁହାଯାଇଛି । ଲୋକମାନଙ୍କୁ ଚଳପ୍ରଚଳ କମ କରିବାକୁ ଆଗ୍ରହ କରାଯାଇଛି ।

Leave A Reply

Your email address will not be published.