Latest Odisha News

BREAKING NEWS

୨% ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ : ବଢିଲା ମହଙ୍ଗା ଭତ୍ତା । ଏହି ସୁବିଧା କେନ୍ଦ୍ର ସରକାରଙ୍କ ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ପାଇପାରିବେ ।

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଆଜି ସରକାର ୨% ମହଙ୍ଗା ଭତ୍ତ ବୃଦ୍ଧି କରିଛନ୍ତି । ଏହି ପ୍ରସ୍ତାବକୁ ଆଜି କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁର କରିଥିବାବେଳେ ଗତ ଜୁଲାଇ ମାସରୁ ପିଛିଲା ଭାବେ ଏହା ଲାଗୁ ହେବ ବୋଲି ସୂଚନା ମିଳିଛି ।

ପୂର୍ବରୁ ଏହି ମହଙ୍ଗା ଭତ୍ତା ୫ ପ୍ରତିଶତରୁ ବୃଦ୍ଧି ହୋଇ ୭ପ୍ରତିଶତ ରହିଥିଲା । ଏବେ ଆଉ ୨ ପ୍ରତିଶତ ବଢି ୯ ପ୍ରତିଶତରେ ପହଞ୍ଚିଲା ।

ଅନ୍ୟପକ୍ଷରେ ଏହା ଦ୍ୱାରା ପାଖାପାଖି ୧କୋଟି କର୍ମଚାରୀ ଓ ପେନସନ ଧାରୀମାନେ ଉପକୃତ ହେବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.