Latest Odisha News

BREAKING NEWS

ମାଗଣାରେ ୩ କୋଟି କୋଭିଡ ଯୋଦ୍ଧାଙ୍କୁ ମିଳିବ ଟିକା, ଖର୍ଚ୍ଚ ବହନ କରିବେ କେନ୍ଦ୍ର ସରକାର : ମୋଦି

ନୂଆଦିଲ୍ଲୀ : ପ୍ରଥମ ପର‌୍ୟାୟରେ ୩ କୋଟି କୋଭିଡ ଯୋଦ୍ଧାଙ୍କୁ ମାଗଣାରେ କରୋନା ଟିକା ବାଣ୍ଟିବେ କେନ୍ଦ୍ର ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନସିଂରେ ଟିକାକରଣ ନେଇ ଆଲୋଚନା କରିବା ଅବସରରେ ଏହି ସୂଚନା ଦେଇଛନ୍ତି ।

ସରକାରୀ ଓ ବେସରକାରୀ ହସ୍ପିଟାଲରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସୁରକ୍ଷାକର୍ମୀ ଓ ପରିମଳ ବ୍ୟବସ୍ଥା ସହ ଜଡ଼ିତ ପୁ୍‌ରାୟ ୩ କୋଟି ଲୋକଙ୍କୁ ଟିକା ଦିଆଯିବ ବୋଲି ମୋଦି ଘୋଷଣା କରିଛନ୍ତି । ଆସନ୍ତା ଜାନୁଆରୀ ୧୬ ତାରିଖରେ ବିଶ୍ବର ସର୍ବ ବୃହତ ଟିକାକରଣ କାର‌୍ୟ଼୍ୟକ୍ରମ ହେବ ।

କରୋନା ଟିକାକରଣ ବ୍ୟବସ୍ଥା ସମ୍ପର୍କରେ ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏହି ଟିକାକରଣ ପାଇଁ ରାଜ୍ୟ ସରକାରମାନଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡିବ ନାହିଁ । ଭାରତ ସରକାର ପ୍ରଥମ ଦଫାରେ ଟିକା ନେବାକୁ ଥିବା କୋଭିଡ ଯୋଦ୍ଧାଙ୍କ ପାଇଁ ଖର୍ଚ୍ଚ ବହନ କରିବେ ।

ପ୍ରାଣଘାତୀ ଭାଇରସ କରୋନାର ମୁକାବିଲାରେ ବିଭିନ୍ନ ରାଜ୍ୟ ସରକାରଙ୍କ ସହଯ଼ୋଗକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି । ମୋଦି କହିଛନ୍ତି, କୋଭିଡ ସମସ୍ୟା ଭିତରେ ଆମେ ସମସ୍ତେ ଏକାଠି ହୋଇ ଲଢ଼େଇ କରିଥିଲେ । ଏଥିଲାଗି ବିଶ୍ବର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ସେତେ ମାତ୍ରାରେ ବ୍ୟାପି ପାରି ନଥିଲା । ସେହିପରି ଆମକୁ ଯ଼ତ୍ନବାନ ହୋଇ ଟିକାକରଣ କାର‌୍ୟ୍ୟକ୍ରମ କରିବାକୁ ପଡିବ । ଭାରତ ବେଶ ସକରାତ୍ମକ ଭାବେ ସବୁ ସ୍ଥାନରେ କରୋନା ଟିକାର ଡ୍ରାଏରନ ଶେଷ କରିଛି । ଟିକାକରଣ ବେଳେ ଯେପରି ଗୁଜବ ପ୍ରଚାର ନ ହୁଏ ସେଥିପାଇଁ ରାଜ୍ୟଗୁଡିକ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ମୋଦି ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.