Latest Odisha News

BREAKING NEWS

ଓଡ଼ିଶାରୁ ୨୨୮ କରୋନା ସଂକ୍ରମିତ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୨୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୮ ହଜାର ୨୭୧ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଷ୍ଟେଟ୍ ପୁଲ ସମେତ ୨୪ ଜିଲ୍ଲାରୁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି।

ସେହିପରି ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୪୪ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୧୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ୧୦୨ଟି ରହିଛି।

ଅଧିକ ପଢନ୍ତୁ- ଭ୍ୟାକସିନ୍ କାଉଣ୍ଟଡାଉନ୍: ଟିକାକରଣର ୨-୩ ଦିନ ପୂର୍ବରୁ ଓଡ଼ିଶା ଆସିପାରେ କୋଭିଡ୍ ଟିକା

ଉଲ୍ଲେଖଯୋଗ୍ୟ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୧୦୬କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୮୯୨ରେ ପହଞ୍ଚିଛି।

Leave A Reply

Your email address will not be published.