Latest Odisha News

BREAKING NEWS

ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର: ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ବିମାନ ବନ୍ଦରକୁ ଅନୁମୋଦନ କଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ଭାରତର ପ୍ରମୁଖ ସହରକୁ ସିଧାସଳଖ ଯୋଗାଯୋଗ ବୃଦ୍ଧି ହେବ। ପୁରୀ ଏବଂ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ ମାଇଲ୍‌ ଖୁଣ୍ଟ ସୃଷ୍ଟି ହେବ। ବିମାନ ଯାତ୍ରାକୁ ସୁଲଭ କରିବାକୁ ସରକାରଙ୍କ ପ୍ରତିବଦ୍ଧତାର ଅନୁରୂପ ପଦକ୍ଷେପ। ସେହିପରି ରାଜସ୍ଥାନ କୋଟାରେ ମଧ୍ୟ ଏକ ନୂତନ ବିମାନ ବନ୍ଦରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।

ପୁରୀ ବିମାନବନ୍ଦର ପ୍ରକଳ୍ପ ଦୀର୍ଘ ଦିନରୁ ଚର୍ଚ୍ଚାରେ ରହିଆସୁଥିଲା। ପୂର୍ବତନ ବିଜେଡି ସରକାର ଏହି ପ୍ରକଳ୍ପ ପାଇଁ ଆନ୍ତରିକତା ଦେଖାଇ ନଥିବା ଅଭିଯୋଗ କରି ପୁରୀ ସାଂସଦ ସମ୍ବିତ ପାତ୍ର ଲୋକସଭାରେ ପ୍ରଶ୍ନ ଉଠାଇଥିଲେ। ଏହାର ଉତ୍ତରରେ ବେସାମରିକ ବିମାନଚଳାଚଳ ମନ୍ତ୍ରୀ କିଞ୍ଜରାପୁ ରାମମୋହନ ନାଇଡୁ ସ୍ପଷ୍ଟ କରିଥିଲେ ଯେ ପ୍ରକଳ୍ପର ଅଗ୍ରଗତି ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ଆବଶ୍ୟକ।

ଏହି ବିମାନବନ୍ଦର ନିର୍ମାଣ ହେଲେ ପୁରୀରେ ପର୍ଯ୍ୟଟନ ଓ ଅର୍ଥନୀତିକୁ ନୂଆ ଗତି ମିଳିବ ବୋଲି ଆଶା କରାଯାଉଛି। ଶ୍ରୀଜଗନ୍ନାଥ ମନ୍ଦିର ଓ ସମୁଦ୍ର ତଟରେ ବିଶ୍ୱବ୍ୟାପୀ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇବ ଏବଂ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ।

 

Comments are closed.