Latest Odisha News

BREAKING NEWS

ଅଷ୍ଟ୍ରେଲିଆ ଲିଗରେ ଖେଳିବେ IPLର ଏହି ୨ ଷ୍ଟାର ଖେଳାଳି

ବ୍ରିସବେନ୍: ଭାରତର ୨ ବୋଲର ଚେତନ ସକାରିଆ ଓ ମୁକେଶ ଚୌଧୁରୀ ଅଷ୍ଟ୍ରେଲିଆରେ ଆସନ୍ତା ମାସରେ ଆରମ୍ଭ ହେବାକୁ ଥିବା ଟି-୨୦ ମ୍ୟାକ୍ସ ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜିନରେ ଖେଳିବେ । ଏହି ଦୁଇ ଖେଳାଳି ଆଇପିଏଲ୍ ଖେଳିଥିବା ବେଳେ ପ୍ରଦର୍ଶନ ବେଶ୍ ଭଲ ରହିଥିଲା । ଗତ ଆଇପିଏଲ୍ (IPL) ସଂସ୍କରଣରେ ଉଭୟ ଭଲ ବୋଲିଂ କରିଥିଲେ । ଦୁହେଁ ଗତ ଆଇପିଏଲ୍ ସଂସ୍କରଣରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳୁଥିଲେ ।

ଚେତନ ସକାରିଆ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳିଥିବା ବେଳେ ମୁକେଶ ଚୌଧୁରୀ ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିଥିଲେ । ଖେଳ ବେଳେ ଅନେକ ଥର ମୁକେଶଙ୍କ ପ୍ରଶଂସା କରିଥିଲେ ମାହି । ମୁକେଶ ଓ ସକାରିଆ ଦୁହେଁ ଏମଆରଏଫ୍ ଫାଉଣ୍ଡେସନ୍ ଓ କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟରେ ଏକ୍ସଚେଞ୍ଜ ପ୍ରୋଗ୍ରାମ ଅନୁସାରେ ଖେଳିବେ ।

କ୍ରିକେଟ୍ ଅଷ୍ଟ୍ରେଲିଆ ଓ ଏମ୍ଆରଏଫ୍ ପେସ୍ ଫାଉଣ୍ଡେସନ୍ ମଧ୍ୟରେ ଖେଳାଳିଙ୍କ ସହ କୋଚିଂ ଏକ୍ସଚେଞ୍ଜ ପ୍ରାୟ ୨୦ ବର୍ଷ ଧରି ଚାଲି ଆସୁଛି । କରୋନା ପାଇଁ ଗତ ୨ ବର୍ଷ ହେଲା ଏହା ବନ୍ଦ ରହିଥିଲା । ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ସକାରିଆ ଶନସାଇନ୍ କୋଷ୍ଟ ପାଇଁ ଖେଳିବାକୁ ଥିବାବେଳେ ମୁକେଶ ଚୌଧୁରୀ ବିନ୍ନମ-ମୈନଲି ଦଳର ପ୍ରତିନିଧିତ୍ୱ କରିବେ ।

Leave A Reply

Your email address will not be published.