Latest Odisha News

BREAKING NEWS

ହାଥରସ ପୀଡ଼ିତାଙ୍କ ଗାଁରେ ସିବିଆଇ ଟିମ୍, ଘଟଣାସ୍ଥଳରେ ସରଜମିନ ତଦନ୍ତ

ଉତ୍ତରପ୍ରଦେଶ: ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ପୀଡ଼ିତାଙ୍କ ଗାଁରେ ଆଜି ପହଞ୍ଚିଛି ସିବିଆଇ ଟିମ୍ । ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ସକାଳେ ଗାଁରେ ପହଞ୍ଚିଛନ୍ତି । ଏହାପରେ ସେମାନେ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସରଜମିନ ତଦନ୍ତ ଚଳାଇଛନ୍ତି । ପୀଡ଼ିତାଙ୍କ ଭାଇଙ୍କୁ ବି ଘଟଣାସ୍ଥଳକୁ ନିଆଯାଇଛି । କ୍ରାଇମ ସିନ୍ କ୍ରିଏଟ କରୁଛି ସିବିଆଇ ଟିମ୍ ।

ସେଦିନ ପୀଡ଼ିତାଙ୍କ ସହ କଣ ହୋଇଥିଲା ? କ୍ରାଇମ ସିଟ୍ କ୍ରିଏଟ କରି ତଥ୍ୟ ପ୍ରମାଣ ଏକାଠି କରିବ ସିବିଆଇ । ଏହା ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ବିରୋଧରେ ଗଣଦୁଷ୍କର୍ମ, ହତ୍ୟା ଉଦ୍ୟମ ସହ ଏସସି-ଏସଟି ଆକ୍ଟିରେ ମାମଲା ରୁଜୁ କରିଛି ସିବିଆଇ । ତଦନ୍ତକାରୀ ସିବିଆଇ ଟିମର ଗସ୍ତକୁ ଦୃଷ୍ଟିରେ ରଖି ପୀଡ଼ିତାଙ୍କ ଗାଁରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ନିକଟରେ ହାଥରସ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାର ତଦନ୍ତ ଭାର ନିଜ ହାତକୁ ନେଇଥିଲା ସିବିଆଇ । ଅଭିଯୋଗ ସମ୍ପର୍କିତ ସମସ୍ତ ଦସ୍ତାବିଜ ଓ କେସ୍ ଡାଏରୀ ସ୍ଥାନୀୟ ପୋଲିସ ପାଖରୁ ନେଇଛି । ସେପଟେ ଉତ୍ତରପ୍ରଦେଶ ସରକାର ଗଠନ କରିଥିବା ଏସଆଇଟି ବି ଘଟଣାର ତଦନ୍ତ କରୁଛି ।

ଗତକାଲି ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚରେ ହାଥରସ ମାମଲାର ଶୁଣାଣି ହୋଇଥିଲା । କୋର୍ଟଙ୍କ ଆଗରେ ନିଜ ବୟାନ ରଖିଥିଲେ ପୀଡ଼ିତାଙ୍କ ପରିବାର ସଦସ୍ୟ । ସେମାନଙ୍କର ବିନା ସହମତିରେ ସ୍ଥାନୀୟ ପ୍ରଶାସନ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର କରିଥିବା କୋର୍ଟଙ୍କୁ ଜଣାଇଥିଲେ ପରିବାର ଲୋକ । ସେପଟେ ଅକ୍ଟୋବର ୧୫ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ରହିଛି ।

Leave A Reply

Your email address will not be published.