Latest Odisha News

BREAKING NEWS

କଲେଜିୟମ୍ ବିବାଦ, ୩ ଦିନରେ ୪୪ ବିଚାରପତିଙ୍କ ନାଁ ସୁପ୍ରିମକୋର୍ଟଙ୍କୁ ଦେବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କଲେଜିୟମ୍ ବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ପରେ କେନ୍ଦ୍ର ସରକାର ନରମ ପଡ଼ିଛନ୍ତି । ଏବେ ସୁପ୍ରିମକୋର୍ଟର ୫ ବିଚାରପତି, ୩ ହାଇକୋର୍ଟର ମୁ୍ଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିଙ୍କ ନିଯୁକ୍ତି ଉପରେ ଶୀଘ୍ର ବିଚାର ପାଇଁ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାର ଭରସା ଦେଇଛନ୍ତି ।

ସୁପ୍ରିମକୋର୍ଟରେ ହାଇକୋର୍ଟରେ ବିଚାରପତି ନିଯୁକ୍ତି ନେଇ ଶୁଣାଣି ହୋଇଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣିଂ ଜେନେରାଲ୍ ଆର୍ ଭେଙ୍କଟରମଣି କହିଛନ୍ତି, କଲେଜିୟମ୍ ଦ୍ୱାରା ସୁପାରିସ୍ ହାଇକୋର୍ଟ ବିଚାରପତି ନିଯୁକ୍ତି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସରିବ । ଏବେ ସୁଦ୍ଧା ସରକାର ୧୦୪ ସୁପାରିସ୍ ମଧ୍ୟରୁ ୪୪ ଜଣଙ୍କୁ ଚୟନ କରି ଆଗାମୀ ୩ ଦିନରେ ସମସ୍ତଙ୍କ ନାଁ ଦିଆଯିବ ।

ଗତ ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଥିଲେ, କଲେଜିୟମ୍ ବ୍ୟବସ୍ଥାକୁ କେନ୍ଦ୍ର ସରକାରଙ୍କୁ ପାଳନ କରିବାକୁ ପଡ଼ିବ । ଏଥିସହ କୋର୍ଟ କଲେଜିୟମ୍ ବ୍ୟବସ୍ଥା ଉପରେ ଆଇନମନ୍ତ୍ରୀ ଓ ଉପରାଷ୍ଟ୍ରପତି ଦେଇଥିବା ମନ୍ତବ୍ୟ ଉପରେ ଆପତ୍ତି ଉଠାଇଥିଲେ ।

Leave A Reply

Your email address will not be published.