Latest Odisha News

ମଡେଲ୍ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ମଡେଲ୍ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ସନ୍ଦେହଜନକ ମୃତ୍ୟୁର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ସୌମ୍ୟଙ୍କ ମୃତ୍ୟରୁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ୩ ମାସ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କହିଛନ୍ତି ହାଇକୋର୍ଟ । ୨୦୨୦ ଜାନୁଆରୀ ୩୦ ତାରିଖରେ ନନ୍ଦନ ବିହାର ସ୍ଥିତ ଘରୁ ସୌମ୍ୟଙ୍କ ଝୁଲନ୍ତା ମୃତଦେହ ମିଳିଥିଲା ।

BjdElectrycity

ସୌମ୍ୟଙ୍କ ଭଉଣୀ ସୌଭାଗ୍ୟଲକ୍ଷ୍ମୀ ଆବେଦନର ଶୁଣାଣି କରି କୋର୍ଟ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ତଦନ୍ତକୁ ଜୋରଦାର କରିବାକୁ କୋର୍ଟ ଗତବର୍ଷ ଫେବ୍ରୁଆରୀରେ ଭୁବନେଶ୍ୱର ଡିସିପିଙ୍କୁ କହିଥିଲେ ।

ତେବେ ଲକଡାଉନ୍ ପାଇଁ ମୁମ୍ବାଇରୁ ସୌମ୍ୟ ଫେରିବା ପରେ ଜିମରେ ଜଣେ ଝିଅ ସହ ଦେଖା ହୋଇ ପ୍ରେମରେ ପଡ଼ିଥିଲେ । ତାଙ୍କ ପାଇଁ ସୌମ୍ୟଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ।

Leave A Reply

Your email address will not be published.