Latest Odisha News

ଉଇକିପିଡିଆକୁ ନୋଟିସ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାରଣ..

ନୂଆଦିଲ୍ଲୀ: ଉଇକିପିଡ଼ିଆକୁ କେନ୍ଦ୍ର ସରକାର ଏକ ନୋଟିସ ପଠାଇଛନ୍ତି । ଏହି ବିଜ୍ଞପ୍ତିରେ କେନ୍ଦ୍ର ସରକାର ଲେଖିଛନ୍ତି ଯେ, ଉଇକିପିଡ଼ିଆ ଦ୍ବାରା ପ୍ରଦାନ କରାଯାଇଥିବା ସୂଚନାରେ ଏକପାଖିଆ ଲେଖା ଏବଂ ବିଭ୍ରାନ୍ତିକର ତଥ୍ୟ ସମ୍ପର୍କରେ ଅନେକ ଅଭିଯୋଗ ଆସିଛି । ମଧ୍ୟସ୍ଥି ପରିବର୍ତ୍ତେ ଏହାକୁ ପ୍ରକାଶନ ଭାବରେ କାହିଁକି ଗ୍ରହଣ କରାଯିବା ଉଚିତ ନୁହେଁ ବୋଲି କେନ୍ଦ୍ର ପ୍ରଶ୍ନ କରିଛି ।

ଉଇକିପିଡ଼ିଆକୁ କେନ୍ଦ୍ର ଉତ୍ତର ମାଗିଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ କହିଛି ଯେ ଧାରଣା ହେଉଛି ଏକ ଛୋଟ ଗୋଷ୍ଠୀ ଏହାର ପୃଷ୍ଠାଗୁଡ଼ିକ ଉପରେ ସମ୍ପାଦକୀୟ ନିୟନ୍ତ୍ରଣ କରିଥାଏ ।

କହିରଖୁଛୁ ଯେ, ଉଇକିପିଡ଼ିଆ ନିଜକୁ ଏକ ମାଗଣା ଅନଲାଇନ୍ ବିଶ୍ବକୋଶ ଭାବରେ ବର୍ଣ୍ଣନା କରେ, ଯେଉଁଠାରେ କୌଣସି ବି ବିଷୟ ଉପରେ ତଥ୍ୟ ମିଳିପାରିବ । ସେ ବ୍ୟକ୍ତିତ୍ୱ ହେଉ ପ୍ରସଙ୍ଗ କିମ୍ବା ବିଭିନ୍ନ ବିଷୟ ଉପରେ ପୃଷ୍ଠା ସୃଷ୍ଟି କକିବା କିମ୍ବା ସଂପାଦନ କରିବା ।

ହେଲେ ଏବେ ଏହି ଅନଲାଇନ୍ ସୂଚନା ଉତ୍ସ ବିଭ୍ରାନ୍ତିକର ସୂଚନା ପ୍ରଦାନ ପାଇଁ ଭାରତରେ ଏବେ ଆଇନଗତ ମାମଲାର ସାମ୍ନା କରୁଛି ।

ସୂଚନାଯୋଗ୍ୟ, ୨ ମାସ ପୂର୍ବେ ନ୍ୟୁଜ୍ ଏଜେନ୍ସି ଏଏନଆଇ ଦ୍ୱାରା ଉଇକିପିଡ଼ିଆ ବିରୋଧରେ ଏକ ମାମଲା ଦାଖଲ କରାଯାଇଥିଲା, ଯେଉଁଥିରେ ଉଇକିପିଡ଼ିଆ ପୃଷ୍ଠାରେ ମିଥ୍ୟା ଏବଂ ଭୁଲ୍‌ ତଥ୍ୟ ଦିଆଯାଇଥିବା ନ୍ୟୁଜ୍ ଏଜେନ୍ସି ଦାବି କରିଥିଲା । ଏହା ପରେ ଦିଲ୍ଲୀ ହାଇକୋର୍ଟ ଉଇକିପିଡ଼ିଆକୁ ସମାଲୋଚନା କରିଥିଲେ ଏବଂ ଭାରତରେ ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେତାବନୀ ଦେଇଥିଲେ ।

ଉଇକିପିଡ଼ିଆ କୁ ଜିମି ୱେଲ୍ସ ଏବଂ ଲ୍ୟାରି ସେଙ୍ଗର ଆରମ୍ଭ କରିଥିଲେ । ୨୦୦୧ରେ ପ୍ରଥମେ ଇଂରାଜୀ ଭାଷାରେ ଆରମ୍ଭ ହୋଇଥିଲା ଉଇକିପିଡ଼ିଆ ଏବଂ ୨୦୦୩ ମସିହାରେ ପରେ ହିନ୍ଦୀ ଉଇକିପିଡ଼ିଆ ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.