Latest Odisha News

ସିକ୍କିମରେ ପ୍ରଳୟଙ୍କାରୀ ବନ୍ୟାର କ୍ଷୟକ୍ଷତି ଆକଳନ ପାଇଁ ଗୃହ ମନ୍ତ୍ରାଳୟ ଗଠନ କଲା ଟିମ

ନୂଆଦିଲ୍ଲୀ: ସିକ୍କିମର ତୀସ୍ତା ନଦୀରେ ଘଟିଥିବା ପ୍ରଳୟଙ୍କାରୀ ବନ୍ୟାରେ ହୋଇଥିବା କ୍ଷତିଗ୍ରସ୍ତର ଆକଳନ କରାଇବେ କେନ୍ଦ୍ର ସରକାର। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏକ ଦଳ ଗଠନ କରିଛି। ଆଜି ସିକ୍କିମରେ ହୋଇଥିବା କ୍ଷୟକ୍ଷତିର ଆକଳନ କରିବା ଏବଂ ତୀସ୍ତା ନଦୀରେ ବନ୍ୟା ହେତୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର ଆକଳନ ପାଇଁ ଗୃହ ମନ୍ତ୍ରଣାଳୟ ଏକ ଆନ୍ତଃ ମନ୍ତ୍ରୀସ୍ତରୀୟ କେନ୍ଦ୍ରୀୟ ଦଳ (ଆଇଏମସିଟି) ଗଠନ କରିଛି।

ଗ୍ଲୋସିୟଲ୍ ହ୍ରଦ ଆଉଟବର୍ଷ୍ଟ ବନ୍ୟା (GLOF) ଯୋଗୁଁ ତୀସ୍ତା ନଦୀରେ ଜଳ ପ୍ରବାହ ବୃଦ୍ଧି ପାଇଥିଲା। ଯେଉଁଥିପାଇଁ ଅକ୍ଟୋବର ୪ ରେ ସିକ୍କିମରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏହି ସୂଚନା ମିଳିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF) ର କେନ୍ଦ୍ରୀୟ ଅଂଶର କିସ୍ତି ୨୦୨୩-୨୪ ବର୍ଷ ପାଇଁ ସିକ୍କିମକୁ ରାଜ୍ୟ ପ୍ରଭାବିତ ଲୋକଙ୍କୁ ରିଲିଫ ପ୍ରଦାନ କରିବାକୁ ଅନୁମୋଦନ କରିଛନ୍ତି।

ଏହି କିସ୍ତି ପ୍ରାୟ ୪୪.୮୦ କୋଟି ଟଙ୍କା ଅଟେ। ସୂଚନା ପ୍ରଦାନ କରି ଗୃହ ମନ୍ତ୍ରଣାଳୟ କହିଛି ଯେ ଆଇଏମସିଟି ଖୁବ୍ ଶୀଘ୍ର ସିକ୍କିମର ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବ। ଆଇଏମସିଟିର ମୂଲ୍ୟାଙ୍କନ ଉପରେ ଆଧାର କରି ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (SDRF) ରୁ ସିକ୍କିମକୁ ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର କରାଯିବ। ସୂଚନାଥାଉକି ଯେ, ସିକ୍କିମ ବନ୍ୟାରେ ୭ ଜଣ ସୈନିକଙ୍କ ସମେତ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଭାରତୀୟ ସେନା ସୈନିକ ମଧ୍ୟ ଏହି ବନ୍ୟାରେ ନିଖୋଜ ହୋଇଯାଇଥିଲେ, ସେଥିମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୧୫ ଜଣ ସୈନିକଙ୍କ ସନ୍ଧାନ ଜାରି ରହିଛି। ଏହି ସମୟରେ ଭାରତୀୟ ସେନା ଉତ୍ତର ସିକ୍କିମରେ ଫସିରହିଥିବା ସାଧାରଣ ନାଗରିକ ଏବଂ ପର୍ଯ୍ୟଟକଙ୍କୁ ଖାଦ୍ୟ, ଚିକିତ୍ସା ସହାୟତା ଏବଂ ଯୋଗାଯୋଗ ସୁବିଧା ଯୋଗାଉଛନ୍ତି।

Comments are closed.