Latest Odisha News

BREAKING NEWS

ମାଲକାନଗିରିରେ କଂଗ୍ରେସ ମୂଳନିବାସୀ ଜନଜାଗରଣ ସମାବେଶ ଅନୁଷ୍ଠିତ

ମାଲକାନଗିରି : ୨୦୨୪ ବର୍ଷ ଓଡିଶାରେ କଂଗ୍ରେସର ବର୍ଷ ହେବ  । ବିଜେଡି ସରକାରକୁ ଟାର୍ଗେଟ୍ କରି ଏପରି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ  । ସରକାର ଆଦିବାସୀ ଅଧୃଷିତ ଅଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଛନ୍ତି ସତ ହେଲେ ବିକାଶର ଘର ଶୂନ୍  । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଯୋଜନା ଉପରେ ଯୋଜନା କରୁଛନ୍ତି  । ହେଲେ ତାହା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚୁନି  । ଆଜି ବି ମାଲକାନଗିରି ଭଳି ଆଦିବାସୀ ବହୁଳ ଜିଲ୍ଲାରେ ସରକାରୀ ଯୋଜନା ତ ଦୂରର କଥା ମୌଳିକ ସୁବିଦା ପାଇବା ବି ସାତ ସପନ ପାଲଟିଛି । ଉଭୟ ନବୀନ ଓ ମୋଦି ସରକାରଙ୍କ ଫମ୍ପା ପ୍ରତିଶ୍ରୁତି କୁ ଲୋକେ ବୁଝି ସାରିଲଣି  ।

ମାଲ୍‌କାନାଗିରି ଜିଲ୍ଲାରେ ଯାହାବି ବିକାଶ ହୋଇଛି ତାହା କଂଗ୍ରେସ ଅମଳରେ ହୋଇଥିଲା । ବିକାଶ କ୍ଷେତ୍ରରେ ନବୀନ ସରକାର ଗୋଟିଏ ପାଦ ଆଗେଇ ପାରିନାହିଁ । ମାଲ୍‌କାନାଗିରି ଜିଲ୍ଲାର ଯୁବକ, ଛାତ୍ର, ମହିଳା ଓ କୃଷକ ବିଶେଷ କରି ସାଧାରଣ ଜନତା ନବୀନ ଓ ମୋଦୀ ସରକାର ଉଦାସିନତାରେ ଶିକାର । ବନବାସୀ ଏବଂ ପାହାଡ଼ ଓ ପର୍ବତ ଉପରେ ରହୁଥିବା ଗାଁ ଗଣ୍ଡାରେ ପ୍ରଶାସନ ଆଦୌ ପହଂଚିପାରୁନାହିଁ । ମାଲ୍‌କାନାଗିରିବାସୀଙ୍କର ଯନ୍ତ୍ରଣାର ସ୍ୱର ଭୁବନେଶ୍ୱର କିମ୍ବା ଦିଲ୍ଲୀରେ ପହଂଚିପାରୁନାହିଁ ।

ମାଲକାନଗିରି ସ୍ଥିତ ଦଣ୍ଡକାରଣ୍ୟ ପଡିଆରେ ଅନୁଷ୍ଠିତ ହୋଇଥିବା କଂଗ୍ରେସ ମୂଳ ନିବାସୀ ଜନ ଜାଗରଣ ସମାବେଶ ରେ ଏପରି କହିଛନ୍ତି ପିସିସି ସଭାପତି  । ଏ ନେଇ  ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଜୟପୁର ସହର ପରିକ୍ରମ କରିଥିଲା । ଏହି ରାଲିରେ ଜୟପୁରର ଯୁବକ, ଛାତ୍ର, ମହିଳା, ବ୍ୟବସାୟୀ,ସାମାଜିକ ଅନୁଷ୍ଠାନ, ବୁଦ୍ଧିଜୀବୀ ପ୍ରମୂଖ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.