Latest Odisha News

BREAKING NEWS

ଜନ୍ମଦିନରେ ଦେଶବାସୀଙ୍କୁ ଉପହାର ଦେବେ ପ୍ରଧାନମନ୍ତ୍ରୀ: ଉପହାରର ନାଁ ‘ଆୟୁଷ୍ମାନ ଭବ’

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଦେବେ ଭବ୍ୟ ଉପହାର । ଏ ଉପହାର ସାରା ଦେଶବାସୀଙ୍କ ପାଇଁ । କେନ୍ଦ୍ର ସରକାର ଚଳିତବର୍ଷ ସେପ୍ଟେମ୍ବର ୧୭ ତାରିଖ ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ  ‘ଆୟୁଷ୍ମାନ ଭବ’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଯାଉଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆଜି ଏହି ସୂଚନା ଦେଇଛନ୍ତି ।

ମାଣ୍ଡଭିୟ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନ ଅବସରରେ ଆୟୁଷ୍ମାନ ଭବ କାର୍ଯ୍ୟକ୍ରମ ଆରମ୍ଭ ହେବ । ପ୍ରତ୍ୟେକ ରାଜ୍ୟରେ ଲାଗୁ ହୋଇଥିବା ସ୍ୱାସ୍ଥ୍ୟ ସ୍କିମ୍ ଜରିଆରେ ଏହି ଯୋଜନାରୁ ହିତାଧିକାରୀଙ୍କୁ ଲାଭ ମିଳିପାରିବ ।

ଏହି କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସବୁଆଡେ ଶିବିର କରାଯିବ ଏବଂ ପ୍ରଥମ ପର୍ଯ୍ୟାୟରେ ୬୦ ହଜାର ଲୋକଙ୍କୁ ଏହି ଆୟୁଷ୍ମାନ ଭାରତ କାର୍ଡ ଦିଆଯିବ । ଆଗାମୀ ଦିନରେ  ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମକୁ ଅଧିକ ଲାଭ ଜନକ କରିବା ପାଇଁ ଏହି କାର୍ଯ୍ୟକ୍ରମ ଅଧିକ ଥର କରାଯିବ ।

ଏଠି କହିରଖିବୁ, ଆୟୁଷ୍ମାନ ଭାରତ -ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ବିଶ୍ୱର ସବୁଠାରୁ ବଡ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା । ଏହା ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କର ସ୍ୱାସ୍ଥ୍ୟ ବୀମା ପ୍ରଦାନ କରିଥାଏ ।

ସୂଚନାଥାଉ କି, ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ  ଜନ୍ମଦିନରେ କେନ୍ଦ୍ର ସରକାର ଟ୍ୟୁବରକୋଲସିସି ବା ଟିବି ରୋଗ  ଉପରେ ଜୋର ଦେଇଥିଲେ ଏବଂ ୨୦୩୦ ସୁଦ୍ଧା ଏହି ରୋଗକୁ ଦୂରେଇବା ପାଇଁ ଦେଶ ସଙ୍କଳ୍ପ ନେଇଥିବା କହିଥିଲେ । ହେଲେ ୨୦୨୫ ଶେଷ ସୁଦ୍ଧା ଏହି ରୋଗ ଦେଶରୁ ନିଶ୍ଚିହ୍ନ ହୋଇ ଯିବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ।

Leave A Reply

Your email address will not be published.