Latest Odisha News

BREAKING NEWS

ଆଜି ବେଙ୍ଗାଲୁର ବନ୍ଦ: ସ୍କୁଲ ଛୁଟି , ଯାତାୟତ ବାଧାପ୍ରାପ୍ତ

ବେଙ୍ଗାଲୁର: ବେଙ୍ଗୁଲୁରରେ ବନ୍ଦ ଡାକରା  । କର୍ଣ୍ଣାଟକ ଷ୍ଟେଟ୍‌ ଫେଡେରେସନ୍ ଅଫ୍ ପ୍ରାଇଭେଟ୍‌ ଟ୍ରାନ୍ସପୋର୍ଟ ଆସୋସିଏସନ୍ ଏହି ବନ୍ଦ ଡାକରା ଦେଇଛି। ପ୍ରଭାବରେ ମଧ୍ୟରାତ୍ର ପର୍ଯ୍ୟନ୍ତ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିବ। ଆଜି ଗଡିବନି ସହରର ବିଭିନ୍ନ ସ୍ଥାନକୁ ଯାତାୟତ କରୁଥିବା ୭ ଲକ୍ଷ ଗାଡି ।  ଅଟୋ, ଟ୍ୟାକ୍ସି, ମ୍ୟାକ୍ସି କ୍ୟାବ୍‌, ମାଲ୍‌ଗାଡ଼ି ଏବଂ କର୍ପୋରେଟ୍ ବସ୍ ସମେତ ବେସରକାରୀ ଗାଡ଼ିଗୁଡ଼ିକ ଦିନସାରା ରାସ୍ତାରେ ଗଡ଼ିବନି।

୩୬ଟି ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ୟୁନିୟନ୍ ଏବଂ କର୍ଣ୍ଣାଟକ ଷ୍ଟେଟ୍ ପ୍ରାଇଭେଟ୍ ଟ୍ରାନ୍ସପୋର୍ଟ ଆସୋସିଏସନ୍ ଏହି ବନ୍ଦ ଡାକରା ଦେଇଛି। ମହାସଂଘରେ ମୋଟ ୩୨ଟି ବେସରକାରୀ ପରିବହନ ସଂଘ ଅନ୍ତର୍ଭୁକ୍ତ ରହିଛି। ଅଧିକାଂଶ ଘରୋଇ ପରିବହନ ସୋମବାର ରାତି ପର୍ଯ୍ୟନ୍ତ ଉପଲବ୍ଧ ହେବ ନାହିଁ। ବିଭିନ୍ନ ବେସରକାରୀ ସ୍କୁଲ୍ ଓ ଭ୍ୟାନ୍ ଅପରେଟର୍ ବନ୍ଦକୁ ସମର୍ଥନ ଜଣାଇଛନ୍ତି । ସୋମବାର ସହରର ଅନେକ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।

ଶକ୍ତି ଯୋଜନା କାର୍ଯ୍ୟକାରୀ ହେବା ପରେ ଯେଉଁସବୁ ରାଜସ୍ୱ ହାନି ହୋଇଛି ତା’ର କ୍ଷତିପୂରଣ, ଘରୋଇ ବସ୍ ଅପରେଟରମାନଙ୍କୁ ଟିକସ ଛାଡ଼, ଘରୋଇ ଆପ୍ ଆଧାରିତ ରାଇଡ୍-ହେଲିଂ ଏଗ୍ରିଗେଟର୍ସ ଓଲା ଏବଂ ଉବେରକୁ ନିୟନ୍ତ୍ରଣ କରିବା, ରାପିଡୋ ବାଇକ୍ ଟ୍ୟାକ୍ସି ଏବଂ ଅନ୍ୟାନ୍ୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ୟୁନିୟନ ଦାବି କରିଛି ।

Leave A Reply

Your email address will not be published.