Latest Odisha News

BREAKING NEWS

କେନ୍ଦ୍ର କର୍ମଚାରୀଙ୍କୁ ମିଳିବ ହୋଲି ଗିଫ୍ଟ: ବଢିପାରେ ମହଙ୍ଗା ଭତ୍ତା

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଖୁବଶୀଘ୍ର ମିଳିପାରେ ଖୁସି ଖବର । ଖୁବଶୀଘ୍ର ସରକାର ତାଙ୍କ କର୍ମଚାରୀଙ୍କୁ ଦେବେ ହୋଲି ଗିଫ୍‌ଟ । ସରକାର ଆଗାମୀ ୧୫ ଦିନ ଭିତରେ କର୍ମଚାରୀଙ୍କ ମହଙ୍ଗା ଭତ୍ତ ବା ଡିଏ । ଉପରେ ଗୁରୁତ୍‌୰ପୂର୍ଣ୍ଣ ନିଷ୍ପତି ନେଇ ପାରନ୍ତି ।

ମାର୍ଚ୍ଚ ୧ ତାରିଖ ହେବ କ୍ୟାବିନେଟ ବୈଠକ । ଏହି ବୈଠକରେ ଡିଏ ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ମିଳିପାରେ । ଯଦି ଏହା ବୃଦ୍ଧି ହୁଏ ତେବେ ଏଥିରେ ଜାନୁଆରୀ ଓ ଫେବ୍ରୁଆରୀ ଦୁଇମାସର ବକେୟା ସାମିଲ ରହିବ । ମହଙ୍ଗା ଭତ୍ତା ୪ ପ୍ରତିଶତ ନେଇ ଅନୁମାନ କରାଯାଉଛି । କେନ୍ଦ୍ର କର୍ମଚାରୀମାନେ ୨୦୨୩ର ପ୍ରଥମ ୬ମାସର ଡିଏକୁ ଅପେକ୍ଷା କରି ରହିଛନ୍ତି ।

ଏବର୍ଷ ହୋଲି ମାର୍ଚ୍ଚ ୮ ତାରିଖ ପଡୁଛି । ତେଣୁ ଏହା ପୂର୍ବରୁ ବଢିପାରେ ଡିଏ । ଡିଏ ସହ ପେନସନ ଭୋଗୀଙ୍କ ମହଙ୍ଗା ରିହାତି ବି ଘୋଷଣା ହୋଇପାରେ ।

Leave A Reply

Your email address will not be published.