Latest Odisha News

BREAKING NEWS

ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ !

ନୟାଗଡ଼:  ଦିବ୍ୟାଙ୍ଗ ପୁଅକୁ ପିଟି ପିଟି ମାରିଦେଲେ ସାବତ ମାଆ ! ଏଭଳି ଅଭିଯୋଗ ଆସିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ସିମିଳିସାହି ଗାଁରୁ। ମୃତ ଦିବ୍ୟାଙ୍କ ପୁଅର ବୟସ ୩୭। ତାଙ୍କ ନାଁ ବିଜୟ ପ୍ରଧାନ।

ମିଳିଥିବା ଖବର ଅନୁଯାୟୀ, ଦିବ୍ୟାଙ୍ଗ ବିଜୟ ପ୍ରଧାନଙ୍କ ଅଟୋ ଚଳାଇ ରୋଜଗାର କରୁଥିଲେ। କିଛି ଦିନ ତଳେ ତାଙ୍କର  ବାହାଘର ଠିକ୍ ହୋଇଥିଲା। ହେଲେ ଅଭିଯୋଗ ଅନୁସାରେ, ଏହି ବାହାଘରରୁ ତାଙ୍କ ସାବତ ମା ବିରୋଧ କରିଥିଲେ। ଅନେକ ସମୟରେ ସଂପତ୍ତି ଲୋଭରେ ସାବତ ମା ବିଜୟଙ୍କୁ ନିର୍ଯାତନା ଦେଇଆସୁଥିଲେ।

ନିର୍ଯାତନା ସହି ନପାରି ବିଜୟ କିଛି ଦିନ ତଳେ ବିଷ ପିଇ ଦେଇଥିବା କୁହାଯାଉଥବା ବେଳେ ପକୃତରେ ବିଜୟ ପ୍ରଧାନଙ୍କୁ ତାଙ୍କ ସାବତ ମା’ ପିଟିପିଟି ରକ୍ତାକ୍ତ କରିଥିଲେ ବୋଲି ଅଭିଯୋଗ ହେଉଛି। ଏଥିରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲେ। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ  ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି।

ଅଭିଯୋଗ ହେଉଛି ଯେ ଦିବ୍ୟାଙ୍ଗ ବିଜୟଙ୍କୁ ତାଙ୍କ ସାବତ ମା ପିଟିପିଟି ମାରିଦେଇଛନ୍ତି। ଏନେଇ ବିଜୟଙ୍କ ପିଉସୀ ଓ ମାମୁଁ ଅଭିଯୋଗ କରିଛନ୍ତି। ପିଟି ମାରିବାରେ ବାପା ମଧ୍ୟ ସହଯୋଗ କରିଥିବା ଅଭିଯୋଗ ହୋଇଛି। ତେବେ ଖବର ଲେଖାଯିବ ପର୍ଯ୍ୟନ୍ତ ଘଟାଣାକୁ ନେଇ ଥାନାରେ କୌଣସି ମାମଲା ହୋଇନାହିଁ।

Leave A Reply

Your email address will not be published.