Latest Odisha News

BREAKING NEWS

ପୁରୀ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆଇଜି

ପୁରୀ: ପୁରୀ କୁ ଆସି ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂହ । ଦିନକୁ ଦିନ ଶ୍ରୀମନ୍ଦିରକୁ ପ୍ରବଳ ଭକ୍ତଙ୍କ ଭିଡ ଜମୁଥିବା ବେଳେ ବ୍ୟାରିକେଡ୍ ଭିଡ ଭିତରେ ଅନେକ ଭକ୍ତ ଅଚେତ ହେଇଯାଉଛନ୍ତି । ଆଗକୁ ନୂଆବର୍ଷ ଆସୁଛି ତେଣୁ ଆହୁରି ଭକ୍ତଙ୍କ ଭିଡ ବଢିବ ବୋଲି କେନ୍ଦ୍ରାଞ୍ଚଳ ଆଇଜି କହିଥିବା ବେଳେ ସମସ୍ତ ସୁବିଧା ଭକ୍ତଙ୍କ ପାଇଁ ଖୁବ୍ କମ୍ ଦିନ ମଧ୍ୟରେ ଉପଲବ୍ଧ ହେବ କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ।

ଅନ୍ୟପଟେ ଆସନ୍ତା ନୂଆବର୍ଷ ପାଇଁ ଆସନ୍ତାକାଲି ପୁରୀକୁ ବ୍ୟାପକ ମାତ୍ରାରେ ପୋଲିସ ଆସିବା ସହ ସେମାନଙ୍କ ରିହରସଲ୍ କରାଯିବ ଓ ସେମାନଙ୍କୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଉପରେ ବ୍ରିଫିଂ କରାଯିବା କହିଛନ୍ତି ଆଇଜି ଆଶିଷ ସିଂହ ।

Leave A Reply

Your email address will not be published.