Latest Odisha News

BREAKING NEWS

ପୁଣି ଚମକିଲେ ଶ୍ରୀକ୍ଷେତ୍ର ବୋହୂ, ରୋପ୍ୟ ଜିତିଲେ ମିସ୍ ଇଣ୍ଡିଆ ଗ୍ଲାମର ମଧୁସ୍ମିତା

ପୁରୀ: ପୁଣି ଜାତୀୟ ସ୍ତରରେ ଚମକିଲେ ଶ୍ରୀକ୍ଷେତ୍ର ବୋହୂ । ଜିଲ୍ଲା ପାଇଁ ପଦକ ଜିତିଲେ ମିସ୍‌ ଇଣ୍ଡିଆ ଗ୍ଲାମର ମଧୁସ୍ମିତା । ୱାର୍ଲଡ ଫିଟନେସ୍ ଫେଡେରେଶନ ଓ କଳିଙ୍ଗ ବଡି ବିଲିଂ ଆଣ୍ଡ ଫିଟ୍‌ନେସ୍ ଆସୋସିଏଶନ ସହଭାଗିତାରେ ରାଜସ୍ଥାନରେ ମିଷ୍ଟର ଓ ମିସ୍ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

BjdElectrycity

ଏଥିରେ ୧୮ଟି ରାଜ୍ୟରୁ ପ୍ରାୟତଃ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ଏଥିରେ ମହିଳା ବର୍ଗରୁ ଭାଗ ନେଇ ପୁରୀ ପାଇଁ ପଦକ ଜିତିଛନ୍ତି ଶ୍ରୀକ୍ଷେତ୍ରର ବୋହୂ ମଧୁସ୍ମିତା । ମିସ୍‌ ଇଣ୍ଡିଆ ଗ୍ଲାମର ଓ ଫିଗରରେ ରୌପ୍ୟ ପଦକ ଜିତିଛନ୍ତି ମଧୁସ୍ମିତା । ଏହି କାର୍ଯ୍ୟକ୍ରମରେ ୧୫୦ରୁ ଊର୍ଦ୍ଧ୍ୱ ଅଫିସିଆଲ ଥିବାବେଳେ କଳିଙ୍ଗ ବଡି ବିଲ୍‌ଡିଂ ଓ ଫିଟ୍‌ନେସ୍ ଆସୋସିଏଶନର ଚିଫ ପାଟ୍ରେନ ଗୌରୀଶଙ୍କର ସିଂହାରୀ ଓ ୱାର୍ଲଡ ଫିଟନେସ ଫେଡେରେଶନ ଓଡ଼ିଶା ଶାଖା ସଭାପତି ରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଏହା ପରିଚାଳିତ ହୋଇଥିଲା ।

 

Leave A Reply

Your email address will not be published.