Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍: ‘ବୁଝିବିଚାରି କହୁନାହାଁନ୍ତି, ଆପଣ ଥକିଗଲେଣି’

ପଦ୍ମପୁର: ଶେଷ ଦିନରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବାକ୍ୟବାଣ ମାରିଛନ୍ତି ଧର୍ମେନ୍ଦ୍ର । ୨୨ ବର୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ । ୧୯୯୩ ବରିଷ୍ଠ ନାଗରିକମାନେ ଜିଲ୍ଲା ଦାବି ନେଇ ଆପଣଙ୍କ ପାଖକୁ ଯାଇଥିଲେ । ସେତେବେଳେ ନକରେଇ ଆଜି କହୁଛନ୍ତି ୨୦୨୩ରେ ଜିଲ୍ଲା ହେବ । କୁମ୍ଭୀର କାନ୍ଦଣା କରୁଛନ୍ତି ମୁଖ୍ୟମନ୍ତ୍ରୀ ।

ସରକାରୀ ଦଳର ମନ୍ତ୍ରୀ ବିଧାନସଭାରେ କହିଛନ୍ତି, ଏପର୍ଯ୍ୟନ୍ତ ରାଜ୍ୟରେ ନୂତନ ଜିଲ୍ଲା କରିବା ପ୍ରସ୍ତାବ ନାହିଁ, ତେଣୁ ମୁଖ୍ୟମନ୍ତ୍ରୀ ମିଛ କହୁଛନ୍ତି । ପାଇକମାଳକୁ ସବଡିଭିଜନ, ଝାରବନ୍ଧରେ ଜଳସେଚନ ପ୍ରକଳ୍ପ ବନେଇବା କଥା ବି ମୁଖ୍ୟମନ୍ତ୍ରୀ ଭୁଲିଯାଇଛନ୍ତି । ଭୋଟ୍ ପାଇଁ ଡହଳ ବିକଳ ହୋଇ ଏବେ ପଦ୍ମପୁର ଆସିଛନ୍ତି , ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି । କେନ୍ଦ୍ର ରେଳମନ୍ତ୍ରୀ ରାଜ୍ୟର ରେଳ ବିକାଶ ପ୍ରତିଶ୍ରୁତିର ସତ୍ୟତା ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀ ବୁଝିବିଚାରି କହୁନାହାଁନ୍ତି, ଆପଣ ଥକିଗଲେଣି ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ରାଜ୍ୟରୁ ବହୁତ ଲୋକ ରାଜ୍ୟ ବାହାରକୁ ଯାଇ କାମ କରୁଛନ୍ତି । ୧୯୧୯ ମସିହାରେ ପଦ୍ମପୁରରୁ ପ୍ରତିନିଧିତ୍ୱ କରିବାକୁ ଆସି ସେ ଲୋକଙ୍କୁ ଠକିଛନ୍ତି । ମୁଖ୍ୟମନ୍ତ୍ରୀ ବିଜେପୁର କାହିଁକି ଛାଡିଲେ? ବୋଲି ସେ ପ୍ରଶ୍ନ କରିଛନ୍ତି । ସେହିପରି କେନ୍ଦୁପତ୍ର ତୋଳାଳିଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କରୁଥିବା ଧର୍ମେନ୍ଦ୍ର କଟାକ୍ଷ କରିଛନ୍ତି ।

Comments are closed.