Latest Odisha News

BREAKING NEWS

ଜୁଏଲ୍, ଜୟନାରାୟଣ ଓ ପ୍ରଦୀପଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର : ଆଜି ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ । ତିନି ଦଳ ମୈଦାନରେ ଘମାଘୋଟ ଲଢେଇ ଲାଗିଥିବା ବେଳେ ନିର୍ବାଚନ ଅଧିକାରୀଙ୍କୁ ବି ଆୟୁଧ କରିଛନ୍ତି । ବିଜେଡି ଆଜି ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେପି ନେତାଙ୍କ ବିରୁଦ୍ଧରେ ଫେରାଦ ହୋଇଛି ।

ନିଜ ଅଭିଯୋଗପତ୍ରରେ ବିଜେପି ନେତା ଜୁଏଲ ଓରାମ, ଜୟନାରାୟଣ ମିଶ୍ର ଓ ପ୍ରଦୀପ ପୁରୋହିତଙ୍କୁ ପକ୍ଷ କରିଛି ବିଜେଡି  । ବିଜେଡି ପ୍ରାର୍ଥିନୀ ବର୍ଷା ରାଣୀ ସିଂ ବରିହାଙ୍କ ନାଁରେ ଅପମାନସୂଚକ, ଆପତ୍ତିଜନକ, ଅଶାଳୀନ ଆଦି ମନ୍ତବ୍ୟ ବିଜେପି ନେତା ମାନେ ଦେଇଥିବା ନେଇ ଅଭିଯୋଗ ଦାୟର କରିଛି ବିଜେପି । ସାମ୍ୱାଦିକ ସମ୍ମିଳନୀ କରି ଜୁଏଲ ଓରାମ୍ ବର୍ଷାଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି, ଯେଉଁଥି ପାଇଁ ବର୍ଷା ପୋଲିସରେ ବି ଅଭିଯୋଗ କରିଥିବା ବିଜେଡି ଉଲ୍ଲେଖ କରିଛି ।

ସେହିପରି ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ନିଜେ ଜେଲ୍ ଯାଇ ବେଲ୍ ରେ ଆସିଛନ୍ତି, ହେଲେ ବର୍ଷାଙ୍କ ବିରୁଦ୍ଧରେ ଅଶାଳୀନ ମନ୍ତବ୍ୟ ଦେଇଛନ୍ତି । ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ମଧ୍ୟ ପ୍ରଚାର ଓ ସାମ୍ୱାଦିକ ସମ୍ମିଳନୀରେ ବର୍ଷାଙ୍କୁ ଆକ୍ଷେପ କରି ନାନା ଆପତ୍ତିଜନକ ଟିପ୍ପଣୀ କରିଛନ୍ତି । ଏନେଇ ଏକ ପେନ୍ ଡ୍ରାଇଭ ବି ବିଜେଡି ନିର୍ବାଚନ ଅଧିକାରୀଙ୍କୁ ହସ୍ତାନ୍ତର କରିଛି । ବିଜେପିର ଆହୁରି ଅନେକ ନେତା ଜଣେ ମହିଳା ପ୍ରାର୍ଥିନୀଙ୍କ ସମ୍ମାନକୁ ଆଞ୍ଚ ଆଣିଛନ୍ତି । ତେଣୁ ଜୁଏଲ୍, ଜୟନାରାୟଣ ଓ ପ୍ରଦୀପ ପୁରୋହିତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ଦାବି କରିଛି ।

 

Leave A Reply

Your email address will not be published.