Latest Odisha News

BREAKING NEWS

ହାତୀ ମୃତ୍ୟୁର କାରଣ ଖୋଜା : ଭବାନୀପାଟଣାରେ କେନ୍ଦ୍ରୀୟ ଟିମ୍

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ କେମିତି ହେଲା ହାତୀଙ୍କ ମୃତ୍ୟୁ । ଏହାର ଅନୁଧ୍ୟାନ ପାଇଁ ଭବାନୀପାଟଣାରେ ପହଞ୍ଚିଛନ୍ତି ୩ ଜଣିଆ କେନ୍ଦ୍ରୀୟ ଟିମ୍ । ପୂର୍ବରୁ ୪ ଜଣିଆ ଟିମ୍ ଆସିବେ ବୋଲି ସ୍ଥିର ହୋଇଥିଲା । ହେଲେ ୪ ଜଣିଆ ଟିମରୁ ଆସାମ ଭେଟନାରୀ କଲେଜର ପଦ୍ମଶ୍ରୀ ଡଃ କେକେ ଶର୍ମା ଅନୁପସ୍ଥିତ ରହିଛନ୍ତି ।

କେନ୍ଦ୍ରୀୟ ଟିମ୍ ଭବାନୀପାଟଣାରେ ପହଞ୍ଚିବା ପରେ ଆରସିସିଏଫ ସୁଦୀପ୍ତ ଦାସ, ଦକ୍ଷିଣ ବନଖଣ୍ଡ ଅଧିକାରୀ ଟି ଅଶୋକ କୁମାର, ଅତିରିକ୍ତ ନିର୍ଦ୍ଦେଶକ ପଶୁ ସଂପଦ ଓ ପ୍ରାଣୀ ଚିକିତ୍ସା ପ୍ରତାପ କିଶୋର ଖମାରୀ ସହ ବୈଠକ କରିଥିଲେ । ଆସନ୍ତାକାଲି ଏହି ଟିମ୍ କର୍ଲାପାଟ ଅଭୟାରଣ୍ୟ ଗସ୍ତ କରି ହାତୀର ମୃତ୍ୟୁର ଅନୁଧ୍ୟାନ କରିବେ । ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହେବା ପରେ ଏହା କିପରି ଅଭୟାରଣ୍ୟର ହାତୀଙ୍କୁ ସଂକ୍ରମିତ ହେଲା ତାକୁ ନେଇ ଅଧିକ ଅନୁଧ୍ୟାନ କରିବ କେନ୍ଦ୍ରୀୟ ଟିମ୍ ।

କର୍ଲାପାଟ ଅଭୟାରଣ୍ୟରେ ୧୪ ଦିନ ମଧ୍ୟରେ ୬ ହାତୀଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ଚିନ୍ତା ବଢ଼ି ଯାଇଥିଲା । କିପରି ହାତୀ ମୃତ୍ୟୁକୁ ରୋକିହେବ କେନ୍ଦ୍ରୀୟ ଟିମର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ଗ୍ରହଣ କରିବେ ।

Comments are closed.