Latest Odisha News

BREAKING NEWS

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଓ ରାଜନଗରରେ ଜଓ୍ବାଦ କ୍ଷୟକ୍ଷତି ଅନୁଧ୍ୟାନ କଲା କେନ୍ଦ୍ରୀୟ ଟିମ୍

କେନ୍ଦ୍ରାପଡ଼ା : ବାତ୍ୟା ଜଓ୍ବାଦ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ବରେ ଓଡ଼ିଶା ଗସ୍ତରେ ଅଛନ୍ତି ୬ ଜଣିଆ ପ୍ରତିନିଧି ଦଳ । ଆଜିଠୁ ତିନୋଟି ଟିମ୍ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡା ଗସ୍ତ କରିଛନ୍ତି । ଏହି ଅବସରରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ, ରାଜନଗର ବ୍ଲକର ବିଭିନ୍ନ ଅଞ୍ଚଳ ବୁଲି ବାତ୍ୟା ଜୱାଦର କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ରୀୟ ଟିମ୍ ।

କେନ୍ଦ୍ରାପଡା ଜିଲ୍ଲାରେ ଅଦିନିଆ ବର୍ଷା ପ୍ରଭାବରେ ବ୍ୟାପକ ଧାନ ଫସଲ ସହିତ ବିଭିନ୍ନ ପନିପରିବା ଫସଲ ନଷ୍ଟ ହୋଇଥିବା ନେଇ ଆକଳନ କରୁଛି କେନ୍ଦ୍ରୀୟ ଟିମ୍ । ପ୍ରଶାସନ ପକ୍ଷରୁ କୃଷି ବିଭାଗ ଓ ରାଜସ୍ବ ବିଭାଗ ପକ୍ଷରୁ ମିଳିତ ଭାବେ ପ୍ରାଥମିକ କ୍ଷୟକ୍ଷତି ଆକଳନ କରାଯାଉଛି । ବର୍ଷା ଛାଡିବାର ୬ ଦିନ ପରେ ମଧ୍ୟ ବିଲରେ ଆଣ୍ଠୁଏ ଉପରେ ପାଣି ଜମି ରହିଛି । ଯାହା ଫଳରେ ଅମଳ ହେବାକୁ ଥିବା ଧାନ ପଚି ନଷ୍ଟ ହେବା ସହ ଗଜା ମଧ୍ୟ ହୋଇଗଲାଣି ।

ଗସ୍ତ ଅବସରରେ କେନ୍ଦ୍ରୀୟ ଟିମ୍ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଅଞ୍ଚଳ ଯାଇ ଉଜୁଡି ଯାଇଥିବା ଚାଷ ଜମି ପରିଦର୍ଶନ କରିବା ସାଙ୍ଗକୁ ଚାଷୀଙ୍କ ସହ ଆଲୋଚନା କରିଥିଲେ । ଗ୍ରସ୍ତ ସମୟରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ସ୍ଥାନୀୟ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଚାଷୀଙ୍କ କ୍ଷୟକ୍ଷତି ଆକଳନ କରିଥିଲେ ।

Leave A Reply

Your email address will not be published.