Latest Odisha News

BREAKING NEWS

ମମତାଙ୍କ ନିର୍ବାଚନୀ ପ୍ରତିଶ୍ରୁତିକୁ ସମାଲୋଚନା କଲେ ଚିଦାମ୍ବରମ: କହିଲେ ତାଙ୍କ ଅର୍ଥଶାସ୍ତ୍ରୀଙ୍କୁ ନୋବେଲ ପୁରସ୍କାର ମିଳିବା କଥା

ପାଣାଜି: ଗୋଆରେ ପାଦ ଥାପିବା ପାଇଁ ତୃଣମୂଳ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛି । ତେବେ ଏହାର ମୁଖ୍ୟ ମମତା ବାନାର୍ଜୀଙ୍କ ଏକ ନିର୍ବାଚନ ପ୍ରତିଶ୍ରୁତିକୁ କଡା ସମାଲୋଚନା କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି.ଚିଦାମ୍ବରମ । ସେ ଟୁଇଟ କରିଛନ୍ତି ଯେ, ଯେଉଁ ଅର୍ଥଶାସ୍ତ୍ରୀ ଏହି ନିର୍ବାଚନୀ ପ୍ରତିଶ୍ରୁତି ପ୍ରସ୍ତୁତ କରିଛି ତାଙ୍କୁ ନୋବେଲ ପୁରସ୍କାର ମିଳିବା କଥା । ଗୋଆରେ ୩.୫ ଲକ୍ଷ ଘରେ ମହିଳାମାନଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ମିଳିଲେ ଏହାର ଖର୍ଚ୍ଚ ହେବ ୧୭୫ କୋଟି । ଗୋଟିଏ ବର୍ଷରେ ସରକାରଙ୍କୁ ଏଥିପାଇଁ ଆବଶ୍ୟକ ହେବ ୨୧୦୦ କୋଟି । ଗୋଆରେ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଉପରେ ୨୩ ହଜାର ୪୭୩ କୋଟି ଋଣଭାର ରହିଛି । ଭଗବାନ ଗୋଆକୁ ବଂଚାନ୍ତୁ ।

ଆସନ୍ତା ବର୍ଷ ଏଠାରେ ନିର୍ବାଚନ ହେବାକୁ ଯାଉଥିବାରୁ ଟିଏମସି ଏ ଭଳି ଆଖିଦୃଶିଆ ପ୍ରତିଶ୍ରୁତି ଦେଇ ଜିତିବା ଲକ୍ଷ୍ୟରେ ରହିଛି । ଏବେ ଏଠାରେ ବିଜେପି ସରକାର କ୍ଷମତାରେ ରହିଛି । ଚିଦାମ୍ବରମଙ୍କ ଟୁଇଟ ଭାଇରାଲ ହେବା ଯୋଗୁ ମମତା ଅଡୁଆରେ ପଡିଛନ୍ତି ।

Leave A Reply

Your email address will not be published.