Latest Odisha News

BREAKING NEWS

ବାତ୍ୟା କ୍ଷୟକ୍ଷତି ପରଖିଲେ କେନ୍ଦ୍ରୀୟ ଦଳ, ଆଜି ଭୁବନେଶ୍ୱରରେ ଆଲୋଚନା

ଭୁବନେଶ୍ୱର: ପ୍ରଳୟଙ୍କରୀ ବାତ୍ୟା ଫନି ପ୍ରଭାବିତ ଓଡ଼ିଶା ବିପର୍ଯ୍ୟସ୍ତ ଅଞ୍ଚଳ ଗସ୍ତ ସମାପ୍ତ କରିଛନ୍ତି କେନ୍ଦ୍ରୀୟ ଦଳ । ଗତ ଦୁଇଦିନ ଧରି ଏହି କେନ୍ଦ୍ରୀୟ ଦଳ ୨ଟି ଟିମରେ ବିଭକ୍ତ ହୋଇ ଫନି ପ୍ରଭାବିତ ଅଞ୍ଚଳଗୁଡ଼ିକରେ କ୍ଷୟକ୍ଷତି ଆକଳନ କରି ସାରିଛନ୍ତି । ସ୍ଥିିତି ପରଖିବା ପରେ ଏହି ଟିମ୍ ପହଞ୍ଚିଛନ୍ତି ଭୁବନେଶ୍ୱରରେ । ରାଜ୍ୟ ସଚିବାଳୟରେ ମୁଖ୍ୟ ଶାସନ ସଚିବଙ୍କ ସହିତ ସାକ୍ଷାତ ଆଲୋଚନା କରିବା ପରେ ଏହି ଟିମ୍ କେନ୍ଦ୍ରକୁ ବାତ୍ୟା ସମ୍ପର୍କୀତ ଚୂନାନ୍ତ ରିପୋର୍ଟ ପ୍ରଦାନ କରିବ ।

ଏହି କେନ୍ଦ୍ରୀୟ ଦଳ ପୁରୀ, ଖୋର୍ଦ୍ଧା, କଟକ ଜିଲ୍ଲାର ବିଭିନ୍ନ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତକରି ଭୁବନେଶ୍ୱର ଫେିରିଛନ୍ତି । ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ପରଖୁଥିବା ଏହି ଦଳ ବୁଧବାର ଦିନ ଭୁବନେଶ୍ୱରରେ କିଛି କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ପରେ ରାଜ୍ୟ ସଚିବାଳୟରେ ଏକ ବୈଠକରେ ଯୋଗଦେବେ । ଏହି ଦଳ ଗତକାଲି ବାତ୍ୟ ବିପର୍ଯ୍ୟସ୍ତ ଅଞ୍ଚଳ ବୁଲି କ୍ଷୟକ୍ଷତି ଆକଳନ କରୁଥିବା ସମୟରେ ଏହି ଟିମ୍ ସହିତ ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜିବ ଚୋପ୍ରା ଏବଂ କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ମଧ୍ୟ ଉପସ୍ଥିତ ରହିଥିଲେ ।

ଇତିମଧ୍ୟରେ ଓଡ଼ିଶା ସରକାର ଏହି ଭୟଙ୍କର ବାତ୍ୟା ଫନିରେ ପ୍ରାରମ୍ଭିକ ଆକଳନ ଅନୁଯାୟୀ ୧୧,୯୪୨ କୋଟି ଟଙ୍କା କ୍ଷୟକ୍ଷତି ହୋଇଥିବାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.