Latest Odisha News

ରାଉରକେଲା: ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ

ରାଉରକେଲା : ରାଉରକେଲା ଷ୍ଟେସନ୍ ଦେଇ ଯାଉଥିବା ଏକ ମାଲଗାଡି ଟ୍ରେନ୍ କୌଣସି କାରଣବଶତଃ ଲାଇନଚ୍ୟୁତ ହେବାରୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି ।

ମିଳିଥିବା ସୂଚନାନୁଯାୟୀ ସିମେଣ୍ଟ ବୋଝେଇ ଏହି ମାଲଗାଡିଟି ରାଉରକେଲାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ମଙ୍ଗଳବାର ବିଳମ୍ବିତ ରାତିରେ ମାଲଗୋଦାମ ନିକଟରେ ଏହାର ୨ଟି ୱାଗନ୍ ଲାଇନଚ୍ୟୁତ ହୋଇଯାଇଥିଲା ।

ଘଟଣା ସମ୍ପର୍କରେ ଖବର ପାଇ ରେଲୱେର ଏକ ଷ୍ଟାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା । ରେଳ ଧାରଣାର ମରାମତି କରିବା ପରେ ଗାଡିଟି ଗନ୍ତବ୍ୟସ୍ଥଳୀ ଅଭିମୁଖେ ଯାତ୍ରା କରିଥିବା ନେଇ ରେଳ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.