Latest Odisha News

BREAKING NEWS

ଆଜି ବାତ୍ୟା ପ୍ରଭାବିତ ଦକ୍ଷିଣ ଓଡ଼ିଶା ଗସ୍ତ କରୁଛନ୍ତି କେନ୍ଦ୍ରୀୟ ଦଳ

ଭୁବନେଶ୍ୱର: ତିତଲି ପ୍ରଭାବିତ ଗଜପତି ଓ ଗଞ୍ଜାମ ଜିଲ୍ଲା ପରିଦର୍ଶନ କରିବାକୁ ୨ଟି ଦଳରେ ବିଭକ୍ତ ହୋଇ ଭୁବନେଶ୍ୱରରେ ଗୁରୁବାର ଦିନ ପହଞ୍ଚିଛନ୍ତି ଏକ ଆଠଜଣିଆ କେନ୍ଦ୍ରୀୟ ଟିମ ।

ଏହି କେନ୍ଦ୍ରୀୟ ଦଳର ତିନିଜଣିଆ ସଦସ୍ୟ ଥିବା ଏକ ଦଳ ଆଜି ସକାଳେ ଭୁବନେଶ୍ୱର ପହଞ୍ଚିଥିବା ବେଳେ ଗତକାଲି ସନ୍ଧ୍ୟାରେ ଏକ ୫ଜଣିଆ ସଦସ୍ୟ ଥିବା ଏକ ଟିମ ପହଞ୍ଚି ସାରିଛନ୍ତି ।

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ (କେନ୍ଦ୍ର-ରାଜ୍ୟ ସମୂହ) ଏସ.କେ ସାହିଙ୍କ ନେତୃତ୍ୱରେ ଅନ୍ୟ ସମସ୍ତ ସଦସ୍ୟ – କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟର ମୁଖ୍ୟ ଇଞ୍ଜିନିୟର ବନ୍ଦନା ସିଂଘଲ, କେନ୍ଦ୍ର ରାଜପଥ ପରିବହନ ମନ୍ତ୍ରଣାଳୟର ଆଞ୍ଚଳିକ ନିର୍ଦ୍ଦେଶକ ଭୁବନେଶ୍ୱର କାର୍ଯ୍ୟାଳୟର ରାକେଶ କୁମାର ଏବଂ ସୁପରିଟେଣ୍ଟେଣ୍ଟ ଇଞ୍ଜିନିୟର, ଜଳ ସମ୍ପଦ ଉତ୍ସ ମନ୍ତ୍ରଣାଳୟ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ସିଡବ୍ଲୁସି ସୁଶାନ୍ତ କୁମାର ସାମଲ, କୃଷି ଓ କୃଷକ ସହାୟକ ମଙ୍ଗଳ ବିଭାଗ ନିର୍ଦ୍ଦେଶକ, ପାଟନା ଧାନ ଗବେଷଣା ନିର୍ଦ୍ଦେଶାଳୟର ବରିଷ୍ଠ ପରାମର୍ଶଦାତା ବିରେନ୍ଦ୍ର ସିଂହ, ପାନୀୟ ଜଳ ଯୋଗାଣ ଓ ସ୍ୱଚ୍ଛତା ବିଭାଗ ପରାମର୍ଶଦାତା ଜି ଆର ଜାଗର, ବ୍ୟୟ ବିଭାଗର ଅର୍ଥ କମିଶନ ଡ଼ିଭିଜନର ଆର ବି କାଉଲ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସଚିବ ଗୁଲଜାରି ଲାଲ ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସାହି କହିଛନ୍ତି, ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରୀକୃତ ହୋଇଥିବା ଗସ୍ତ ଅନୁସାରେ ଏହି କେନ୍ଦ୍ରୀୟ ଦଳ ତିତଲି ବାତ୍ୟା ପ୍ରଭାବିତ ସ୍ଥାନଗୁଡ଼ିକୁ ପରିଦର୍ଶନ କରିବ । ଏହି ଗସ୍ତ କ୍ରମରେ ରାଜ୍ୟ ସରକାରଙ୍କ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ଏକ ବୈଠକରେ ଆଲୋଚନା ପରେ ଏହି ଟିମ ଗଜପତି ଓ ଗଞ୍ଜାମ ଜିଲ୍ଲା ଅଭିମୁଖେ ଯାତ୍ରା ଆରମ୍ଭ କରିବ ।

ଏହି କେନ୍ଦ୍ରୀୟ ଦଳ ତିତଲି ପ୍ରଭାବିତ ସ୍ଥାନଗୁଡ଼ିକୁ ପରିଦର୍ଶନ କଲାପରେ ନିର୍ଦ୍ଦାରିତ ୮ ଦିନ ମଧ୍ୟରେ ଏନେଇ ଏକ ରିପୋର୍ଟ କେନ୍ଦ୍ର ନିକଟରେ ଉପସ୍ଥାପନ କରିବ ।

Leave A Reply

Your email address will not be published.