Latest Odisha News

‘ବୀର ସୁରେନ୍ଦ୍ର ସାଏ’ଙ୍କ ନାମରେ ନାମିତ ହେଲା ଝାରସୁଗୁଡା ବିମାନ ବନ୍ଦର

ଭୁବନେଶ୍ୱର : କେନ୍ଦ୍ର କ୍ୟାବିନେଟ୍ ଗୁରୁବାର ଦିନ ଝାରସୁଗୁଡା ବିମାନ ବନ୍ଦରକୁ ସ୍ୱାଧୀନତା ସଂଗ୍ରାମୀ ‘ବୀର ସୁାରନ୍ଦ୍ର ସାଏ’ଙ୍କ ନାମରେ ନାମିତ କରିବା ନେଇ ମଞ୍ଜୁରି ପ୍ରଦାନ କରିଛି ।

ଆଜି ଏନେଇ ଟ୍ୱିଟ୍ କରି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ସୂଚନା ଦେଇଛନ୍ତି । ଏଭଳି ପଦକ୍ଷେପ ପାଇଁ କେନ୍ଦ୍ର ମନ୍ତ୍ରୀ ଜୁଏଲ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇ ଟ୍ୱିଟ ମାଧ୍ୟମରେ ଲେଖିଛନ୍ତି “ଝାରସୁଗୁଡା ଠାରେ ନବନିର୍ମିତ ଏୟାରପୋର୍ଟକୁ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛୁ । ଏବେ ଏହା ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ହେଲା” ।


ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଏହି ଝାରସୁଗୁଡା ବିମାନ ବନ୍ଦରକୁ ସ୍ୱାଧୀନତା ସଂଗ୍ରାମୀ ବୀର ‘ସୁରେନ୍ଦ୍ର ସାଏ’ଙ୍କ ନାମରେ ନାମିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଆଜି ଏହାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ମିଳିଛି । ଏଥିସହିତ ବିମାନ ବନ୍ଦର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରାଯିବାକୁ ଘୋଷଣା କରିଥିଲେ ।

ଅଧିକ ପଢନ୍ତୁ:-  ବୀର ସୁରେନ୍ଦ୍ର ସାଏ’ଙ୍କ ନାମରେ ‘ଝାରସୁଗୁଡ଼ା ଏୟାରପୋର୍ଟ’କୁ ନାମିତ କରିବାକୁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ଏହି ବିମାନ ବନ୍ଦରକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିବା ବେଳେ ସେପ୍ଟେମ୍ବର ୨୨ରୁ ଏଠାରୁ ‘ଏୟାର ଓଡିଶା’ ବିମାନ ଉଡାଣ ଯୋଜନାରେ ସାମିଲ ହୋଇଥିଲା ।

Leave A Reply

Your email address will not be published.