Latest Odisha News

BREAKING NEWS

କୋଭିଡ ସ୍ଥିତିର ସମୀକ୍ଷା ଲାଗି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ

ନୂଆଦିଲ୍ଲୀ : କରୋନା ସ୍ଥିତିର ସମୀକ୍ଷା ଲାଗି ଓଡ଼ିଶା ଆସୁଛନ୍ତି କେନ୍ଦ୍ରୀୟ ଟିମ । ଓଡ଼ିଶା ସମେତ ୬ଟି ରାଜ୍ୟକୁ ଆସୁଛନ୍ତି କେନ୍ଦ୍ରୀୟ ଟିମ୍ । ଅନ୍ୟ ଯେଉଁ ରାଜ୍ୟକୁ ଏହି ଟିମ ଯିବ ସେଗୁଡିକ ହେଲା କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ ଓ ମଣିପୁର । କୋଭିଡ ସ୍ଥିତିର ସମୀକ୍ଷା ଲାଗି ୬ଟି ଉଚ୍ଚସ୍ତରୀୟ ସାଧାରଣ ସ୍ବାସ୍ଥ୍ୟ ସଂକ୍ରାନ୍ତ ଟିମ୍ ଗଠନ କରିଛନ୍ତି କେନ୍ଦ୍ର ସରକାର । ଏହି ଟିମ୍ ବିଭିନ୍ନ ରାଜ୍ୟକୁ ଯାଇ କୋଭିଡ ସ୍ଥିତିର ଅନୁଧ୍ୟାନ କରିବ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, କୋଭିଡ ନିୟନ୍ତ୍ରଣ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଏହି ଟିମ ଆଲୋଚନା କରିବ । ଏହି ଟିମରେ ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ବି ରହିଛନ୍ତି । କୋଭିଡ ମୁକାବିଲାରେ ସୃଷ୍ଟି ହେଉଥିବା ସମସ୍ୟାର ସମୀକ୍ଷା କରିବା ସହ ବିଭିନ୍ନ କାର୍ଯ୍ୟକ୍ରମର ଶକ୍ତିଶାଳୀ ରୂପାୟନ ନେଇ ଏହି ଟିମ ଆଲୋଚନା କରିବ । ଏହାସହ ଟେଷ୍ଟିଂ, ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ, ହସ୍ପିଟାଲରେ ଶଯ୍ୟା ଉପଲବ୍ଧ, ଆମ୍ବୁଲାନ୍ସ, ଭେଣ୍ଟିଲେଟର, ମେଡିକାଲ ଅକ୍ସିଜେନ, ଟିକାକରଣ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବ କେନ୍ଦ୍ରୀୟ ଟିମ୍ ।

ସାଧାରଣ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ଏ. ଦାନଙ୍କ ନେତୃତ୍ବରେ ଏକ ଟିମ୍ ଓଡିଶା ଆସୁଥିବା ବେଳେ ଡାକ୍ତର ଏଲ. ସ୍ବାସ୍ତିଚରଣଙ୍କ ନେତୃତ୍ବରେ ଏକ ଟିମ ମଣିପୁର ଯାଇଛି । ସେହିପରି ଡାକ୍ତର ସଞ୍ଜୟ ସାଧୁଖାଁଙ୍କ ନେତୃତ୍ବରେ ଏକ ଟିମ ଅରୁଣାଚଳ ପ୍ରଦେଶ ଯାଇଥିବା ବେଳେ, ଡାକ୍ତର ଆର. ଏନ ସିହ୍ନାଙ୍କ ନେତୃତ୍ବରେ ଟିମ୍ ତ୍ରିପୁରା ଯାଇଛି । ସେହିପରେ ଡାକ୍ତର ରୁଚି ଜୈନଙ୍କ ନେତୃତ୍ବରେ ଏକ ଟିମ କେରଳ ଯାଇଥିବା ବେଳେ, ଡାକ୍ତର ଦିବାକର ସାହୁଙ୍କ ନେତୃତ୍ବରେ ଏକ ଟିମ ଛତିଶଗଡ ଯାଇଛି ।

Leave A Reply

Your email address will not be published.