Latest Odisha News

BREAKING NEWS

ଘାତକ ନୁହେଁ ଡେଲଟା ପ୍ଲସ ଭାରିଆଣ୍ଟ : ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ରାଜ୍ୟରେ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । ଜୁଲାଇ ଦ୍ବିତୀୟ ସପ୍ତାହରେ କମିବ କରୋନା । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଖାଲି ସେତିକି ନୁହେଁ ଡେଲଟା ପ୍ଲାସ ଭ୍ୟାରିଆଣ୍ଟକୁ ନେଇ ଯେଉଁ ଭୟ ବଢୁଛି, ତାହା ସେଭଳି ଘାତକ ନୁହେଁ । ଶହେରୁ ଅଧିକ ଦେଶରେ ଭାରିଆଣ୍ଟ ଦେଖା ଯାଇଥିଲେ ମଧ୍ୟ ସେତେଟା ଏହା ଘାତକ ହୋଇନାହିଁ । ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

BjdElectrycity

ତାଙ୍କ କହିବା କଥା, ରାଜ୍ୟର ୫ ପ୍ରତିଶତ ଲୋକଙ୍କୁ ନେଇ ଜିନମ ସିକୁଏନ୍ସିଂ କରାଯାଇଥିଲା । ମାର୍ଚ୍ଚ ମାସରେ ଯେତେ ଜିନମ ସିକୁଏନ୍ସିଂ କରାଯାଇଛି, ସେସବୁରୁ ଡେଲଟା ପ୍ଲସ ଭାରିଆଣ୍ଟ ଦେଖାଯାଇନି । ସେହିପରି ବ୍ଲାକ୍‌ ଫଙ୍ଗସ୍‌ ଥିଲା ଓ ରହିବ । କିନ୍ତୁ ଏହା ତୃତୀୟ ଲହରରେ ସେପରି ଘାତକ ହେବନାହିଁ । ସେପ୍ଟେମ୍ବର, ଅକ୍ଟୋବର ବେଳକୁ ତୃତୀୟ ଲହରୀ ଆସିବାର ଆଶଙ୍କା ରହିଛି ।

ଅନ୍ୟପଟେ ସଂକ୍ରମଣ ହାର କମୁଥିବା ବେଳେ, ଲୋକେ କରୋନା କଟକଣା ମାନିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି । ଦ୍ବିତୀୟ ଲହରର ପ୍ରଭାବ କମି କମି ଆସୁଛି । ହେଲେ ତୃତୀୟ ଲହର ଆସିବ କି ନାହିଁ ତାହା କାହାକୁ ଜଣାନାହିଁ । ତଥାପି ଲୋକେ ଆବା୍ୟକୀୟ କୋଭିଡ ଗାଇଡଲାଇନ୍ ମାନିବାକୁ ସେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ।

Leave A Reply

Your email address will not be published.