Latest Odisha News

BREAKING NEWS

ଓଡ଼ିଶା ସମେତ ୮ଟି ରାଜ୍ୟରେ ଥିବା ୬୭ଟି କୋଇଲା ଖଣି ନିଲାମ ପାଇଁ କେନ୍ଦ୍ର ସରକାରଙ୍କ ଘୋଷଣା

ଭୁବନେଶ୍ୱର: ଓଡ଼ିଶା ସମେତ ୮ଟି ରାଜ୍ୟରେ ଥିବା ୬୭ଟି କୋଇଲା ଖଣି ନିଲାମ ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି କିଶନ ରେଡ୍ଡୀ ଶୁକ୍ରବାର ହାଇଦ୍ରାବାଦରେ ଅନୁସନ୍ଧାନ କରାଯାଇଥିବା ଏକ କୋଇଲା ଖଣିଗୁଡ଼ିକର ଦଶମ ପର୍ଯ୍ୟାୟ ନିଲାମର ଶୁଭାରମ୍ଭ କରିଛନ୍ତି।

ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ପଶ୍ଚିମବଙ୍ଗ ଓ ତେଲେଙ୍ଗାନା ରାଜ୍ୟରେ ଏହି ଖଣି ରହିଛି। ସେଥିମଧ୍ୟରୁ ୩ଟି କୋକିଂ କୋଇଲା ଖଣି ମଧ୍ୟ ରହିଛି।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କୋଇଲା ଉଦ୍ୟୋଗୀମାନଙ୍କୁ ଦେଶର ବିକାଶ ପାଇଁ ସହଯୋଗ କରିବା ଏବଂ କୋଇଲା ଉତ୍ପାଦନରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ସହଯୋଗ କରିବାକୁ ଆହ୍ୱାନ ଦେଇଥିଲେ।

କୋଇଲା ଓ ଖଣି ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଆଶ୍ୱାସନା ଦେଇଛନ୍ତି ଯେ କୋଇଲା ଖଣି ଆବଣ୍ଟନକାରୀଙ୍କୁ ବ୍ୟବସାୟକୁ ସହଜ କରିବା ପାଇଁ ସମସ୍ତ ସମ୍ଭବ ସହାୟତା ଯୋଗାଇ ଦିଆଯିବ। କୋଇଲା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଖଣି ଜଗତରୁ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଓ ମତାମତ ନିଆଯାଉଛି।

ସୂଚନାଯୋଗ୍ୟ, ମନ୍ତ୍ରଣାଳୟ ଗତ ୯ଟି ପର୍ଯ୍ୟାୟରେ ୨୫୬ ନିୟୁତ ଟନ୍ ପିକ୍ ରେଟେଡ୍ କ୍ଷମତା ବିଶିଷ୍ଟ ୧୦୭ଟି କୋଇଲା ଖଣିନିଲାମ କରିସାରିଛି। କମର୍ସିଆଲ କୋଇଲା ଖଣି ନିଲାମ ୨୦୨୦ରେ ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା ୧୧ଟି ବାଣିଜ୍ୟିକ କୋଇଲା ଖଣି କାର୍ଯ୍ୟକ୍ଷମ ହୋଇଛି।

Comments are closed.