Latest Odisha News

ପିଏଏଫଏଫକୁ ଆତଙ୍କବାଦୀ ସଂଗଠନ ଘୋଷିତ କଲେ ଗୃହ ମନ୍ତ୍ରାଣଳୟ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଆଜି ପିପୁଲ୍ସ ଆଂଟି ଫାସିଷ୍ଟ ଫ୍ରଂଟକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କରିଛି । ପାକିସ୍ତାନ ଦ୍ୱାରା ଏହାକୁ ଫଣ୍ଡିଂ କରାଯାଉଥିଲା । ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦର ଛାୟା ଦଳ ଭାବେ ଏହା ଭାରତରେ କାର୍ଯ୍ୟ କରୁଥିଲା । ଜମ୍ମୁ-କଶ୍ମୀର ଏବଂ ଭାରତର ଅନ୍ୟ ସ୍ଥାନରେ ଅନେକ ଆତଙ୍କବାଦୀ ଗିତିବିଧି ସହ ପିଏଏଫଏଫ ସଂଶ୍ଲିଷ୍ଟ ଥିଲା । ସରକାରଙ୍କ ପକ୍ଷରୁ ଏ ନେଇ ନୋଟିଫିକେଶନ ଜାରୀ କରାଯାଇଛି । ଏଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି ଯେ, ୧୯୬୭ ଆଧାରରେ ଅରବାଜ ଅହମ୍ମଦ ମୀରଙ୍କୁ ଆତଙ୍କବାଦୀ ଭାବେ ଘୋଷଣା କରାଯାଉଛି ।

ମୀର ଜମ୍ମୁକ-କଶ୍ମୀରର ବାସିନ୍ଦା ହେଲେ ମଧ୍ୟ ସେ ପାକିସ୍ତାନରେ ଲୁଚି ରହିଛନ୍ତି । ସେ ପ୍ରଥମେ ଲଶ୍ମର ଏ ତୋଇବା ପାଇଁ କାମ କରୁଥିଲା । ଏବେ ତାହା ମାଧ୍ୟମରେ ଏହି ଛାୟା ଆତଙ୍କବାଦୀ ସଂଗଠନକୁ ପାକିସ୍ତାନ ପରିଚାଳନା କରୁଥିଲା ।

Leave A Reply

Your email address will not be published.