Latest Odisha News

ସାମ୍ନାକୁ ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶ୍ବର: ଆସିଲା ଋଷ ନାଗରିକଙ୍କ ପୋଷ୍ଟମର୍ଟମ ରିପୋର୍ଟ ମିଲ୍ୟାକୋଭ ସର୍ଜେଇଙ୍କର ହୃଦଘାତରୁ ମୃତ୍ୟୁ ହୋଇଥିବା ରିପୋର୍ଟରେ ଜଣାପଡିଛି ହୃଦଘାତ ଯୋଗୁଁ ଯନ୍ତ୍ରଣାରେ ତଳେ ପଡିଯିବାରୁ ମୁଣ୍ଡରେ ଆଘାତ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି

ମୃତ ଚିଫ୍ ଇଞ୍ଜିନିୟର ମିଲ୍ୟାକୋଭ ସର୍ଜେଇଙ୍କ ମୃତଦେହ ଏବେବି ବନ୍ଦର ଡାକ୍ତରଖାନାର ଫ୍ରିଜରରେ ରହିଛି ଜାନୁୟାରୀ ୩ ତାରିଖରେ ଏମ.ଭି ଅଲଦାନା ଜାହାଜରେ ଋଷ ନାଗରିକ ମିଲ୍ୟାକୋଭଙ୍କ ମୃତ୍ୟୁ ହୋଇଥିଲା

 

ଓଡିଶାରେ ତିନି ଋଷ ନାଗରୀକଙ୍କ ମୃତ୍ୟୁକୁ ନେଇ ସମଗ୍ର ବିଶ୍ୱରେ ଆଲୋଡନ ସୃଷ୍ଟି ହୋଇଛି ଗୋଟେପଟେ ଋଷୟୁକ୍ରେନ୍ ଯୁଦ୍ଧ ଚାଲିଥିବାବେଳେ ଅନ୍ୟପଟେ ଋଷୀୟ ନାଗରିକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି 

 

ତେବେ ରାୟଗଡ଼ାର ଏକ ହୋଟଲରେ ଦୁଇ ଜଣଙ୍କ ମୃତଦେହ ମିଳିଥିବାବେଳେ ତାହାର କିଛିଦିନ ପରେ ଅନ୍ୟ ଜଣେ ନାଗରୀକଙ୍କ ମୃତଦେହ ଏକ ଜାହାଜରୁ ମିଳିଥିଲା ଯାହା ବତ୍ତର୍ମାନ ସମସ୍ତଙ୍କ ସନ୍ଦେହକୁ ଦ୍ବିଗୁଣିତ କରିଦେଉଛି ।

 

Comments are closed.