Latest Odisha News

BREAKING NEWS

ଭାରତ ସରକାର ବ୍ଲକ କଲେ ୮ ୟୁଟ୍ୟୁବ ଚ୍ୟାନେଲ

ନୂଆଦିଲ୍ଲୀ: ଭାରତ ସରକାର ଆଜି ପୁନର୍ବାର ଆଉ ଏକ ଡିଜିଟାଲ ଷ୍ଟ୍ରାଇକ କରିଛନ୍ତି । ଏଥିରେ ଭ୍ରମାତ୍ମକ ଖବର ପ୍ରସାରଣ କରୁଥିବା ୮ଟି ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରାଯାଇଛି । ଏଥିରେ ୭ଟି ଭାରତୀୟ ଓ ଗୋଟିଏ ପାକିସ୍ତାନୀ ଚ୍ୟାନେଲ ସାମିଲ । ଭାରତ ବିରୋଧର ଏଗୁଡିକ ମିଥ୍ୟା ଖବର ପ୍ରସାରିତ କରୁଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏହାର ୮୫ ଲକ୍ଷ ୭୩ ହଜାର ସବସ୍କ୍ରାଇବାର ଥିବା ବେଳେ ୧୧୪ କୋଟିରୁ ଅଧିକ ଏଗୁଡିକ ଦେଖାଯାଇଛି । ଏପ୍ରିଲରେ ସରକାରଙ୍କ ପକ୍ଷରୁ ୨୨ ୟୁଟ୍ୟୁବ ଚ୍ୟାନେଲ ପ୍ରସାରଣ ବନ୍ଦ କରାଯାଇଥିଲା । ମିଥ୍ୟା ଖବର ପ୍ରସାରଣ କରି ଏଗୁଡିକ ଜାତୀୟ ସୁରକ୍ଷା, ବୈଦେଶିକ ସମ୍ପର୍କ ଏବଂ ସାର୍ବଜନୀକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଥିଲେ । ଆଇଟି ନିୟମ ୨୦୨୧ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତ ବିରୋଧରେ ଫେକ ନ୍ୟୁଜ ପ୍ରସାରଣ କରି ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ୟମ କରୁଥିଲେ ।

Leave A Reply

Your email address will not be published.