Latest Odisha News

BREAKING NEWS

ମା-ପୁଅ ଏକାଠି ଯାଉଛନ୍ତି ସ୍କୁଲ; ପୁଅ ଷଷ୍ଠ, ମା ସପ୍ତମ

ନେପାଳରେ ବିଭିନ୍ନ ସାମାଜିକ ବ୍ୟାଧି ଯୋଗୁଁ ଅଧାରୁ ପାଠ ଛାଡୁ଼ଥିବା ଝିଅ ମାନେ ପୁଣି ସ୍କୁଲକୁ ଫେରିବା ପାଇଁ ପାର୍ବତୀ ହେଉଛନ୍ତି ପ୍ରେରଣା।

କାଠମାଣ୍ଡୁ: ଗୋଟିଏ ସ୍କୁଲରେ ପଢୁଛନ୍ତି ମାପୁଅ। ନେପାଳର ପାର୍ବତୀ ସୁନାର ପଢ଼ା ଛାଡ଼ିବାର ୧୨ ବର୍ଷ ପରେ ପୁଅ ସାଂଗରେ ଏବେ ପାଠ ପଢ଼ିବାକୁମନ ବଳାଇଛନ୍ତି। ସପ୍ତମ ଶ୍ରେଣୀରେ ନାମ ଲେଖାଇ ଦୈନିକ ପୁଅକୁ ସାଇକେଲରେ ବସାଇ ନେଉଛନ୍ତି।

ବିଭିନ୍ନ ସାମାଜିକ ବ୍ୟାଧି ଯୋଗୁଁ ଅଧାରୁ ପାଠ ଛାଡୁ଼ଥିବା ଝିଅ ମାନେ ପୁଣି ସ୍କୁଲକୁ ଫେରିବା ପାଇଁ ପାର୍ବତୀ ହେଉଛନ୍ତି ପ୍ରେରଣା।

ପାର୍ବତୀ ୧୫ ବର୍ଷର ହୋଇଥିବା ବେଳେ ତାଂକର ଜଣେ ସିନିୟର ସାଂଗରେ ବିବାହ କରି ଘରୁ ଖସି ପଳାଇଥିଲେ। ଦୀର୍ଘ ୧୨ ବର୍ଷ କାଳ ଗୃହ ସହାୟିକାଭାବେ କାମ କରିବା ପରେ ଏବେ ପାର୍ବତୀ ବୁଝିଛନ୍ତି ପାଠର ମହତ୍ୱ।

ପାର୍ବତୀଂକ ଦୁଇଟି ପୁଅ ଅଛନ୍ତି। ରେଶମ ୧୧ ଏବଂ ଅର୍ଜୁନ ୭। ପୁଅ ବୟସର ପିଲାଂକ ସହ ପାଠ ପଢି ପାର୍ବତୀ ଭାରି ଖୁସି ଆଉ ଉତ୍ସାହିତ ଅଛନ୍ତି।

ପାର୍ବତୀ କହନ୍ତି– “ମୋ ପିଲାଂକ ବୟସର ସହପାଠୀଂକ ସହ ପାଠ ପଢି଼ ମତେ ଭାରି ଖୁସି ଏବଂ ଗର୍ବ ଅନୁଭବ ହେଉଛି। ଆମେ ଉଭୟ ପାଠ ପଢାରେଉଭୟଂକୁ ସହଯୋଗ କରୁ। ସହପାଠୀ ମାନଂକ ଠାରୁ ବେଶ୍ ସହଯୋଗ ମିଳେବୋଲି ରଏଟର୍ସକୁ କହିଛନ୍ତି।

୨୯ ମିଲିଅନ ଜନସଂଖ୍ୟା ବିଶିଷ୍ଟ ଦେଶରେ ମାତ୍ର ୫୭% ମହିଳା ଶିକ୍ଷିତ ଅଟନ୍ତି। ସେଠାରେ ପାର୍ବତୀ ପାଠ ପଢାକୁ ଫେରିବା ନିଶ୍ଚିତ ରୂପେ ଏକ ପ୍ରକାରବିଶେଷ ପ୍ରେରଣା ବୋଲି ପାର୍ବତୀଂକ ସ୍କୁଲ ପ୍ରିନ୍ସିପାଲ କହିଛନ୍ତି।

ପାର୍ବତୀ କହିଛନ୍ତି ଯେ– “ମତେ ସ୍କୁଲ ଛାଡ଼ିବାର ନଥିଲା। ଅନ୍ତତଃ + ପର୍ଯ୍ଯନ୍ତ ପଢିବାର ଥିଲା। ଯାହା ମୁଁ ଏବେ ନିଶ୍ଚୟ ପୂର୍ଣ୍ଣ କରିବି।

ପାର୍ବତୀଂକ ବଡ଼ ପୁଅ ରେଶମ କହନ୍ତିମତେ ମାଂକ ସହ ଦୈନିକ ସ୍କୁଲ ଯିବାକୁ ଭଲ ଲାଗେ। ରାସ୍ତାରେ ଯିବା ସମୟରେ ବିଭିନ୍ନ ବିଷୟ ମାନଆଲୋଚନା କରିଥାଉ।

ଘର ଖର୍ଚ୍ଚ ହିସାବ ରଖିବା ପାଇଁ ଆଗରୁ ପଢୁଥିଲି। ଏବେ କିନ୍ତୁ ଅଧିକ ପଢିବାକୁ ସ୍ଥିର କରିଛନ୍ତି ବୋଲି ପାର୍ବତୀ କହିଛନ୍ତି। ବଡ଼ ପୁଅ ଅର୍ଜୁନ ପାର୍ବତୀଂକଠାରୁ ବର୍ଷେ ସାନ। ଷଷ୍ଠ ଶ୍ରେଣୀରେ ପଢନ୍ତି। ଉଭୟ ସାଇକେଲ୍ ନେଇ କମ୍ପ୍ଯୁଟର କ୍ଲାସ୍ ଯାଆନ୍ତି। ପାର୍ବତୀ ସାଇକେଲ୍ ଚଲାନ୍ତି, ପଛରେ ଅର୍ଜୁନ ସାଥୀହୋଇ ବସି ଯାଆନ୍ତି।

Leave A Reply

Your email address will not be published.